38.5 C
Bhubaneswar
Monday, June 8, 2026
Homeଓଡିଶାଆହୁରି ୩ ଦିନ କଲବଲ କରିବ ଝଡବର୍ଷା

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା

ଭୁବନେଶ୍ବର: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି। ତେବେ ଆହୁରି ଆଗାମୀ କିଛି ଦିନ ଏଭଳି ସ୍ଥିତି ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସାତ ଜିଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ଓ୍ବାର୍ନିଂ ଜାରି କରାଯାଇଛି ।ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ କୋଡିଏଟି ଜିଲାକୁ ଆଲର୍ଟ ଜାରି କରିଛି । ଆସନ୍ତା ୩ ଦିନ ମଧ୍ୟ କାଳବୈଶାଖୀର ପ୍ରକୋପ ଜାରି ରହିବା ନେଇ କୁହାଯାଇଛି । ଯଦି ଆମେ ଭୁବନେଶ୍ବର କଥା ଦେଖିବା ତାହେଲେ ଲଗାତାର ଦୁଇଦିନ ହେବ ଦିନରେ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଥିବା ଚିତ୍ର ନଜିର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking