38.3 C
Bhubaneswar
Monday, June 8, 2026
Homeଦେଶ ବିଦେଶଲକଡାଉନରେ ନିଟ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ !

ଲକଡାଉନରେ ନିଟ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ !

ନୂଆଦିଲ୍ଲୀ: ନିଟ ୟୁଜି ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଲକଡାଉନ ରହିବେ ନିଟ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ । ପ୍ରଶ୍ନପତ୍ରକାରୀ , ଅନୁବାଦକାରୀ ସମସ୍ତେ ଲକଡାଉନରେ ରହିବେ । ବାହାର ଦୁନିଆ ସମ୍ପୁର୍ଣ୍ଣ ଭାବେ ଯୋଗାଯୋଗରୁ ବିଚ୍ଛିନ୍ନ ହେବେ । ସେହିପରି ମୋବାଇଲ ଫୋନ , ଲାପଟପ ଆଦି ବ୍ୟବହାର କରିପାରିବେନି । ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବାହାର ଦୁନିଆକୁ ଆସିବା ମନା କରାଯାଇଛି । ୨୨ ଲକ୍ଷ ପରୀକ୍ଷାର୍ଥୀ ଭୋଗିଥିବା ଦୁର୍ଦ୍ଦଶା ପୁନରାବୃତ୍ତି ନ ହେବାକୁ ଏହି ପଦକ୍ଷେପ ନିଆଯାଇଛି । ଜୁନ ୨୧ ତାରିଖରେ ହେବାକୁ ଥିବା ପୁନଃପରୀକ୍ଷା ପାଇଁ ବିଭିନ୍ନ ରାଜ୍ୟର ପ୍ରଶାସନ ମଧ୍ୟ ସଜାଗ ।  ସୂଚନା ଅନୁଯାୟୀ ନିଟ୍-ୟୁଜି ୨୦୨୬ ପୁନଃପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ କରିବା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତକାରୀମାନଙ୍କୁ ଲକଡାଉନ ରେ ରହିବେ , ଯାହାଦ୍ବାରା ପରୀକ୍ଷା ପ୍ରତି ସଚେତନ ରହିବେ ସୂଚନା ଅନୁଯାୟୀ NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ ।

ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ । ପରୀକ୍ଷାର୍ଥୀ ସହର ସୂଚନା ଦେଖିବା ପାଇଁ ଆବେଦନ ନମ୍ବର ଏବଂ ପାସୱାର୍ଡ ଦେଇ ଲଗ୍ ଇନ୍ କରିବା ପରେ ନିଜର ପରୀକ୍ଷା ସହର ସୂଚନା ବିଷୟରେ ଜାଣିପାରିବେ । ଏନଟିଏ ଜାରି କରିଥିବା ସୂଚନା ଅନୁସାରେ, ୨୧ ଜୁନରେ ହେବାକୁ ଥିବା ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୧୫ ଯାଏଁ ହେବ । ଭାରତର ୫୫୧ ସହର ଏବଂ ଅନ୍ୟ ଦେଶରେ ୧୪ଟି ସହରରେ ପେନ୍-ଆଣ୍ଡ-ପେପର ମୋଡରେ ଆୟୋଜିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking