31.1 C
Bhubaneswar
Thursday, August 13, 2026
Homeଓଡିଶାଏସିଡ୍ ଆକ୍ରମଣ ପୀଡ଼ିତଙ୍କୁ ରେଳ ଯାତ୍ରାରେ ରିହାତି !

ଏସିଡ୍ ଆକ୍ରମଣ ପୀଡ଼ିତଙ୍କୁ ରେଳ ଯାତ୍ରାରେ ରିହାତି !

ଭୁବନେଶ୍ୱର: ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ପାଇଁ ଆସିପାରେ ବଡ଼ ଆଶ୍ୱସ୍ତି । ଚିକିତ୍ସା ପାଇଁ ବାରମ୍ବାର ଟ୍ରେନ୍‌ରେ ଯାତ୍ରା କରୁଥିବା ଏସିଡ୍ ଆକ୍ରମଣ ପୀଡ଼ିତଙ୍କୁ ରେଳ ଭଡ଼ାରେ ରିହାତି ଦେବା ନେଇ କେନ୍ଦ୍ର ସରକାର ନୀତି ପ୍ରସ୍ତୁତ କରିବାକୁ ନୀତିଗତ ଭାବେ ସହମତ ହୋଇଛନ୍ତି । ଗୁରୁବାର ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏସିଡ୍ ଆକ୍ରମଣ ପୀଡ଼ିତମାନଙ୍କୁ ଚିକିତ୍ସା ପାଇଁ ଦୀର୍ଘ ସମୟ ଧରି ବାରମ୍ବାର ବଡ଼ ସହରର ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଯିବାକୁ ପଡ଼େ । ଅନେକ କ୍ଷେତ୍ରରେ ପୁନର୍ନିର୍ମାଣ ଅସ୍ତ୍ରୋପଚାର, ସ୍କିନ୍ ଗ୍ରାଫ୍ଟ ଏବଂ ଆଖି ସମ୍ବନ୍ଧୀୟ ଚିକିତ୍ସା ପାଇଁ ବର୍ଷ ବର୍ଷ ଧରି ଯାତ୍ରା କରିବାକୁ ପଡ଼ିଥାଏ । ଏହି ସମସ୍ୟାକୁ ନେଇ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପକ୍ଷରୁ ରେଳ ଯାତ୍ରାରେ ରିହାତି ଏବଂ ସ୍ୱତନ୍ତ୍ର ରିଜର୍ଭେସନ୍ ବ୍ୟବସ୍ଥା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।ଗତ ଜୁଲାଇରେ କୋର୍ଟ ମଧ୍ୟ ଏସିଡ୍ ଆକ୍ରମଣ ପୀଡ଼ିତଙ୍କୁ ଥାଲାସେମିଆ, କ୍ୟାନସର ଭଳି ଚିକିତ୍ସାଧୀନ ରୋଗୀଙ୍କ ଶ୍ରେଣୀରେ ସାମିଲ କରି ରେଳ ରିହାତି ଦେବାର ସମ୍ଭାବନା ନେଇ ବିଚାର କରିଥିଲେ । କୋର୍ଟରେ ଯୁକ୍ତି ଦିଆଯାଇଥିଲା ଯେ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ମଧ୍ୟରୁ ଅନେକଙ୍କୁ ଚିକିତ୍ସା ପାଇଁ ଏସି କୋଚ୍‌ରେ ଯାତ୍ରା କରିବାକୁ ପଡ଼େ । କିନ୍ତୁ ବାରମ୍ବାର ଯାତ୍ରା କରିବାର ଅଧିକ ଖର୍ଚ୍ଚ ସେମାନଙ୍କ ପାଇଁ ବଡ଼ ସମସ୍ୟା ହୋଇଥାଏ । ଏବେ କେନ୍ଦ୍ର ସରକାର ନୀତିଗତ ଭାବେ ସହମତ ହେବା ପରେ, ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପାଇଁ ରେଳ ଯାତ୍ରା ଅଧିକ ସୁଲଭ ହେବାର ଆଶା ବଢ଼ିଛି । ତେବେ ଏହି ରିହାତିର ନିୟମ, ପରିସର ଏବଂ କାର୍ଯ୍ୟକାରୀ ତାରିଖ ସମ୍ପର୍କରେ ଆଗାମୀ ନୀତିରେ ସ୍ପଷ୍ଟତା ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking