31.1 C
Bhubaneswar
Thursday, August 13, 2026
Homeଓଡିଶାଚିଲିକା ମର୍ଡର: ୧୮ ଗିରଫ

ଚିଲିକା ମର୍ଡର: ୧୮ ଗିରଫ

ପୁରୀ: କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସଙ୍କ ସମେତ ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ କୃଷ୍ଣପ୍ରସାଦ ଥାନ । ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କଠାରୁ ୩ଟି ବୋଟ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୁଲିସ ଜବତ କରିଛି । ଗତ ୧୧ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରେ ଚିଙ୍ଗୁଡି ଓ ମାଛ ଚୋରି କରିଥିବା ବେଳେ ଅଭିଯୁକ୍ତମାନେ ଲୋକଙ୍କ ବିରୋଧର ଶିକାର ହୋଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା । ଏହି ଆକ୍ରମଣରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ଘଟଣା ପରେ କୃଷ୍ଣପ୍ରସାଦ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରି ୪୮ ଘଣ୍ଟା ମଧ୍ୟରେ ସମସ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking