31.1 C
Bhubaneswar
Saturday, August 8, 2026
Homeଓଡିଶାନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ମୟୁରଭଞ୍ଜ: ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଖବର । ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ କୁନା ସିଂ ନାମକ ଯୁବକଙ୍କୁ ପୁଲିସ ଗିରଫ କରିଛି । ନାବାଳିକାଙ୍କ ପରିବାର ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୁକ୍ତ ସମ୍ପର୍କୀୟଙ୍କ ଘରୁ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ପଚରାଉଚରା ପରେ ଅପହରଣ ଓ ଦୁଷ୍କର୍ମ ସମ୍ପର୍କିତ ଅଭିଯୋଗ ସାମ୍ନାକୁ ଆସିଥିବା ପୋଲିସ କହିଛି । ଏପଟେ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ ମଧ୍ୟ ନାବାଳିକାଙ୍କ ସହ ଅସଦାଚରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking