ନୂଆଦିଲ୍ଲୀ: ଓଡିଶା ଡିଜିପି ନିଯୁକ୍ତି ପ୍ରସଙ୍ଗ । ୧୮ ତାରିଖ ଯାଏଁ ୟୁପିଏସସି କୌଣସି ପ୍ରକାର ନିଷ୍ପତ୍ତି ନେଇପାରିବ ନାହିଁ । ଏନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଆଜି ସନ୍ଧ୍ୟାରେ ୟୁପଇଏସସିର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଥିଲା , ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ୧୮ ତାରିଖ ଯାଏଁ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହେବ। ଆମିକସକ୍ୟୁରୀ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଯାଇଥିବା ସୂଚନା ରହିଛି । ସୂଚନା ଥାଉକି, ଆସନ୍ତା ୧୬ ତାରିଖରେ ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି । କିଛିଦିନ ତଳେ ୧୯୯୪ ବ୍ୟାଚ୍ର ଦୁଇ ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଥିଲେ ରାଜ୍ୟ ସରକାର ।










