29.4 C
Bhubaneswar
Thursday, August 13, 2026
Homeଓଡିଶାଉଦ୍ୟାନ କୃଷି ଅଧିକାରୀ ସଭାରେ ତାତିଲେ ଉପମୁଖ୍ୟମନ୍ତ୍ରୀ

ଉଦ୍ୟାନ କୃଷି ଅଧିକାରୀ ସଭାରେ ତାତିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଗିଗଲେ ଉପମୁଖ୍ୟମନ୍ତ୍ରୀ ।ସରକାରୀ କର୍ମଚାରୀଙ୍କୁ କଲେ ତାଗିଦ୍‌ । କହିଲେ ସରକାରୀ ଖର୍ଚ୍ଚରେ ବିଦେଶ ହେଉ ଅବା ବାହା ରାଜ୍ୟକୁ ଗସ୍ତ କରିଥିବା କୃଷି ଅଧିକାରୀ କଣ ଶିଖିକି ଆସିଛନ୍ତି । ତାର ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ଉଦ୍ୟାନ କୃଷି ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର କୃଷି ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ବାହାର ରାଜ୍ୟ କିମ୍ବା ବିଦେଶକୁ ଯାଉଛନ୍ତି । କିନ୍ତୁ କୌଣସି ରିପୋର୍ଟ ଦେଉନାହାନ୍ତି । ଆମୋଦ ପ୍ରମୋଦ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି କି ? ବାହାରକୁ ଗସ୍ତ ପରେ ବି ରାଜ୍ୟରେ କିଛି ପ୍ରତିଫଳନ ହେଉନାହିଁ କାହିଁକି ? ସବୁ ଖର୍ଚ୍ଚର ହିସାବ ଦେବା ଦରକାର । ପ୍ରତି ମାସରେ ଫିଲ୍ଡ ଗସ୍ତର ରିପୋର୍ଟ ଦାଖଲ କରିବେ କୃଷି ଅଧିକାରୀ । ଯଦି ଏହି ନିର୍ଦ୍ଦେଶକୁ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୭ ଦିନ ମଧ୍ୟରେ ସମସ୍ତଙ୍କୁ ରିପୋର୍ଟକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ କେହି ବିଳମ୍ବ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ।ସେହିପରି ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ କୌଣସି ଫୁଲତୋଡା କି ଉତ୍ତରୀୟ ଗାମୁଛା ନ ଦେଇ ଫିଲ୍ଡ ରିପୋର୍ଟ ଓ ତଥ୍ୟ ଦିଅନ୍ତୁ । ଏହାଦ୍ୱାରା ସମସ୍ତଙ୍କର କାମ ନେଇ ତତ୍ପରତା ଆସିବ । ଏହାବ୍ୟତୀତ ରାଜ୍ୟରେ ଶିଥିଳ ପଡ଼ିଥିବା ଶୀତଳ ଭଣ୍ଡାର ପ୍ରକଳ୍ପ ନେଇ କୃଷି ଅଧିକାରୀଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking