30 C
Bhubaneswar
Friday, August 7, 2026
Homeଓଡିଶାଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପେରେଟର

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପେରେଟର

ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର ବ୍ଲକ ରାଜଜଙ୍କିଆ ପଞ୍ଚାୟତର ପ୍ରଶାନ୍ତ କୁମାର ଭଟ୍ଟ।ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ପଞ୍ଚାୟତର ଅକ୍ଷୟ କୁମାର ମାଝୀ ନାମକ ଜଣେ ହିତାଧିକାରୀ ସରକାରଙ୍କ ଠାରୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପାଇଥିଲେ। ଚଳିତବର୍ଷ ଅକ୍ଷୟ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ବେଳେ ୪୦ହଜାର ଟଙ୍କା ବିଲ୍ ପାସ୍ କରିବା ପାଇବା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ଯାଳୟକୁ ଧାଇଁ ଥିଲେ । ପଞ୍ଚାୟତ ଡାଟାଏଣ୍ଟ୍ରି ପ୍ରଶାନ୍ତ କୁମାର ଭଟ୍ଟ ତାଙ୍କୁ ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ଅକ୍ଷୟ ୭ହଜାର ଦେଇଥିବା ବେଳେ ଆଉ ୪ହଜାର ବାକି ରହିଥିଲା। ଏ ସମ୍ପର୍କରେ ଅକ୍ଷୟ ଭିଜିଲାନ୍ସ କାର୍ଯ୍ଯାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ରଙ୍ଗ ବୋଳା ୪ହଜାର ଟଙ୍କା ଅକ୍ଷୟଙ୍କ ଦ୍ବାରା ଡାଟାଏଣ୍ଟ୍ରି ଅପରେଟର ଶ୍ରୀ ଭଟ୍ଟଙ୍କୁ ଟଙ୍କା ଦିଆଯାଇ ଥିଲା। ଟଙ୍କା ଦିଆଯିବା ସମୟରେ ବାହାରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଭିଜିଲାନ୍ସ କର୍ମଚାରୀ ମାନେ ଶ୍ରୀ ଭଟ୍ଟଙ୍କୁ ମାଡି ବସିଥିଲେ। ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱରକୁ ନିଆଯାଇ ପଚରାଉଚରା ଚାଲିଛି। ଏହି ଚଢାଉରେ ଭିଜିଲାନ୍ସ ଡି.ଏସ୍.ପି ସୁରେନ୍ଦ୍ର କୁମାର ବଳ ଓ ଅଶୋକ କୁମାର ବିରୁଆ, ଇନସପେକ୍ଟର ମଧୁସ୍ମିତା କର ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଭବାନୀ ଶଙ୍କର ପଟ୍ଟନାୟକ ଚଢାଉ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking