33.1 C
Bhubaneswar
Saturday, April 27, 2024
HomeUncategorizedନେତାଜୀଙ୍କ କୁଟନୈତିକ ନିତୀ

ନେତାଜୀଙ୍କ କୁଟନୈତିକ ନିତୀ

ଭୁବନେଶ୍ୱର : ଆଜିକୁ ପ୍ରାୟ ୧୨୪ ବର୍ଷ ତଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ହୋଇଥିଲା । ଆଜିି ତାଙ୍କ ବାହାଦୂରୀ, ସାହାସ , ସଂକଳ୍ପ ଓ ରାଷ୍ଟ୍ରଭକ୍ତିକୁ ପ୍ରଣାମ କରିବାର ଦିନ । ଆଜି ଯେଉଁ ସ୍ୱାଧୀନ ଭାରତରେ ଆମେ ବସବାସ କରୁଛେ , ଶାନ୍ତିର ନିଶ୍ୱାସ ନେଇ ପାରୁଛେ ତାହା ପଛରେ ରାଷ୍ଟ୍ରର କେତେ ନାୟକ ମାନେ ବଳିଦାନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରିୟ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅତୁଳନୀୟ ।

ଆଜି ସବୁ ଭାରତୀୟ ନେତାଜୀଙ୍କ ନେତୃତ୍ୱ କ୍ଷମତା , ସ୍ୱାଧୀନତାର ସଂଘର୍ଷ ସମୟର ତାଙ୍କର ରାଷ୍ଟ୍ରବାଦୀ ବିଚାରରେ ସମସ୍ତେ ପରିଚିତ । କିନ୍ତୁ ଆପଣ ବୋଧେ ଜାଣି ନଥିବେ ନେତାଜୀଙ୍କୁ କୁଟନିତୀରେ ମଧ୍ୟ ମହାରଥ ପ୍ରାପ୍ତ ଥିଲା । ନେତାଜୀ ବହୁବାର ନିଜ ବେଶ ବଦଳାଇ ଇଂରେଜ ମାନଙ୍କ ଆଖିରେ ଧୁଳି ଦେଇଥିଲେ । ସ୍ୱାଧୀନତାର ସଂଘର୍ଷ ସମୟରେ ନେତାଜୀଙ୍କୁ ଇଂରେଜ ମାନେ ଜୁଲାଇ ୧୯୪୦ରେ କୋଲକାତାର ଜେଲରେ ବନ୍ଦ କରିଦେଇଥିଲେ । ତାଙ୍କୁ ୨୬ ଜୁଲାଇ ୧୯୪୦ରେ ବ୍ରିଟିଶ କୋର୍ଟରେ ପହଞ୍ଚାଇବାର ଥିଲା । ସେହି ସମୟରେ ଇଂରେଜ ମାନଙ୍କ କବଳରୁ ଭାରତକୁ ରକ୍ଷା କରିବା ପାଇଁ ନେତାଜୀ ଜର୍ମାନୀର ସହାୟତା ଚାହୁଁଥିଲେ । କିନ୍ତୁ କୋଲକାତାର ଜେଲରେ ରହି ଏପରି କରିବା ସମ୍ଭବ ନଥିଲା । ସେତେବେଳେ ନେତାଜୀ ଜେଲରେ ଆମରଣ ଅନସନ ଆରମ୍ଭ କରିଦେଇଥିଲେ । ପରେ ତାଙ୍କ ଶରୀର ଖରାପ ହେବା ଦେଖି ବାଧ୍ୟ ହୋଇ ଇଂରେଜ ସରକାର ତାଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ ।

ଏହାପରେ ତାଙ୍କ ଘରେ ନେତାଜୀଙ୍କୁ ନଜର ବନ୍ଦୀ କରିଦିଆଯାଇଥିଲା । ନେତାଜୀ ଘରେ ରହି କୌଶଳ କ୍ରମେ ନିଜ ଦାଢି ବଢାଇବା ଆରମ୍ଭ କରିଦେଇଥିଲେ । ଏହାପରେ ନେତାଜୀ ଏକ କଳା କୁର୍ତ୍ତା ପିନ୍ଧି ଜଣେ ମୁସଲିମ ଇନସୁରାନ୍ସ ଏଜେଣ୍ଟଙ୍କ ବେଶରେ ନିଜ ପୁତୁରାଙ୍କ ସାହାଯ୍ୟରେ କୋଲକାତାରୁ ଧନବାଦ ପଳାଇଥିଲେ ଓ ନିଜର ଛଦ୍ମନାମ ଜିୟାଉଦ୍ଦିନ ରଖି କାବୁଲ ପହଞ୍ଚି ଯାଇଥିଲେ । ତାଙ୍କର ଏହି କୁଟନିତିକ ଗସ୍ତକୁ ଇତିହାସରେ ‘ଦ ଗ୍ରେଟ ଏସକେପ’ ବୋଲି କୁହାଯାଏ ।

ଏହି ଯୋଜନାର ଖବର ରେ ଇଂରେଜ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହିପରି ଅନେକ ଘଟଣା ନେତାଜୀଙ୍କୁ ଅନ୍ୟ ନେତାମାନଙ୍କ ଠାରୁ ଭିନ୍ନ ଓ ବୁଦ୍ଧିମାନ ଭାବେ ପରିଚୟ ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking