27.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମୀ ଯୁଗଳ ଙ୍କ ମୃତ୍ୟୁ ଦେହ ଠାବ

ପ୍ରେମୀ ଯୁଗଳ ଙ୍କ ମୃତ୍ୟୁ ଦେହ ଠାବ

ମୟୁରଭଞ୍ଜ : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ପ୍ରେମୀ ଯୁଗଳ ଦ୍ବୟ ମୟୁରଭଞ୍ଜ ବହଳଦା ଥାନା କାଙ୍କି ଗାଁର ମନମୋହନ ଟୁଡୁ ଓ ଘାଗରାସାହିର ସଞ୍ଜୁ ସୋରେନ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ଏକ ମାସ ପୂର୍ବରୁ ସେମାନେ ଘରୁ ପଳାଇ ପ୍ରେମ ବିବାହ କରିଥିଲେ । ତେବେ ତିନିଦିନ ପୂର୍ବରୁ ସେମାନେ ଘରକୁ ଫେରିଥିବା ବେଳେ ନିଜ ନିଜ ଘରକୁ ଯାଇଥିଲେ। ସୋମବାର ଅପରାହ୍ନରୁ ଦୁହେଁ ଘରୁ ବାହାରି ଯାଇଥିବା ବେଳେ ଆଜି (ମଙ୍ଗଳବାର) ସେମାନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ସେପଟେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ହାତ ବନ୍ଧା ହୋଇଥିବା ଯୋଗୁଁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସୁଥିବାର ସୂଚନା ମିଳିଛି। ବହଳଦା -ଝରାଡ଼ିହି ମୁଖ୍ୟ ରାସ୍ତା କଡ ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ।

ମୟୁରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking