29.1 C
Bhubaneswar
Sunday, May 19, 2024
Homeଓଡିଶାତାତିରେ ସିଝୁଛି ଢେଙ୍କାନାଳ ସହର

ତାତିରେ ସିଝୁଛି ଢେଙ୍କାନାଳ ସହର

ଢେଙ୍କାନାଳ : ସକାଳୁ ଆରମ୍ଭ ହୋଇଗଲା ଗରମ । ଦିନ ଯେତେ ବଢୁଛି ତା ସାଙ୍ଗରେ ତାଳ ମିଶାଇ ବଢି ଚାଲିଛି ତାତି । ଆଉ ଦିନ ୧୧ ଟାରୁ ଝାଞ୍ଜି ପିଟିବାରେ ଲାଗିଛି । ଏମିତି ଅସମ୍ଭାଳ ତାତିରେ ଆଉଟ ପାଉଟ ହୋଇପଡୁଛି ଢେଙ୍କାନାଳ ଜିଲ୍ଲା । ମାତ୍ର ଜିଲ୍ଲାରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ନିଦାଖ ଖରା ସାଙ୍ଗକୁ ତାତିର ଝାଞ୍ଜି ପବନ ଜିଲ୍ଲା ବାସୀଙ୍କୁ ଅସ୍ତବ୍ୟସ୍ତ କରିବା ସହିତ ପଦାକୁ ବାହାର କରିଦେଉନାହିଁ । ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ୱାର୍ଣିଂ ଜାରି ହୋଇଛି ।
ମାତ୍ର ପଶ୍ଚିମ ଦିଗରୁ ଗ୍ରୀଷ୍ମ ବାୟୁ ବହୁଥିବାରୁ ଆଗାମୀ ତିନି ଦିନ ଯାଏ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଉଛି । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସତର୍କତା ଅବଲମ୍ବନ କରିବା ସହିତ ପଦାକୁ ବାହାରିଲେ ହାତରେ ଛତା, ମୁଣ୍ଡରେ ଓଦା ଗାମୁଛା ଓ ସାଥିରେ ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳି ପବନରେ ଅସ୍ତବ୍ୟସ୍ତ ଜନସାଧାରଣ । ତେବେ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବୃଦ୍ଧ, ରୋଗାଗ୍ରସ୍ତ ଓ ଶିଶୁ ମାନଙ୍କ ପ୍ରତି ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ମାନଙ୍କୁ ସାମ୍ଭବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ନିଷ୍ପତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking