27.1 C
Bhubaneswar
Thursday, April 25, 2024
Homeଓଡିଶାଅସାଧୁ କର୍ମଚାରୀଙ୍କ ଦୟାରେ ଚାଲିଛି ଢେଙ୍କାନାଳ ତହସିଲ କାର୍ଯ୍ୟାଳୟ

ଅସାଧୁ କର୍ମଚାରୀଙ୍କ ଦୟାରେ ଚାଲିଛି ଢେଙ୍କାନାଳ ତହସିଲ କାର୍ଯ୍ୟାଳୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟରେ ଦିନକୁ ଦିନ ଅସାଧୁ ସରକାରୀ କର୍ମଚାରୀଙ୍କ ଦୟରେ ଚାଲିଛି । କର୍ମଚାରୀ ମାନଙ୍କ ମନମୁଖି କାର୍ଯ୍ୟ, ବିଳମ୍ବରେ ଆସିବା, ଅନେକ ସମୟରେ କର୍ମକ୍ଷେତ୍ରରେ ଅନୁପସ୍ଥିତ ରହିବା ଆଦି ସମସ୍ୟା ଦେଖିବାକୁ ମିଳୁଛି । ଯଦି ବା କାର୍ଯ୍ୟାଳୟ ଆସୁଛନ୍ତି ଅପେକ୍ଷା କରିଥିବା ଲୋକଙ୍କ କଥା ଶୁଣିବା ତ ଦୁରର କଥା ବରଂ ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ଏନେଇ ନିଜର ସମସ୍ୟାର ସମାଧାନ ପାଇଁ ଆସିଥିବା ଲୋକଟି ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ସଦର ତହସିଲରେ ଦିନକୁ ଦିନ ଅସାଧୁ କର୍ମଚାରୀ ମାନଙ୍କ କାର୍ଯ୍ୟରେ ଅନିୟମିତତା ବଢିବାରେ ଲାଗିଛି । କର୍ମଚାରୀ ମାନଙ୍କ ମନମୁଖି କାର୍ଯ୍ୟରେ ଗରିବ ନିଶହାୟ ଲୋକଟି ହଇରାଣରେ ପଡିଥାଏ । ତହସିଲ କାର୍ଯ୍ୟାଳୟକୁ ଦୈଡି ଦୈଡି ପାଦରୁ ଚପଲ ଛିଣ୍ଡି ଯାଇଥାଏ । ତା ପରେ ମଧ୍ୟ ତାହାର ସମସ୍ୟା ସମାଧାନ ହୋଇ ନଥାଏ । ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସମୟ ନିର୍ଘଂଟ ହୋଇଥିଲେ ମଧ୍ୟ ସେମାନେ ତାଙ୍କ ମନଇଛା ଆସୁଛନ୍ତି । ନା ସେଥିପ୍ରତି ଉଚ ପଦାଧିକାରୀ ମାନେ କୈଣସି ତଦାରଖ କରୁନଥିବା ସେମାନଙ୍କ ମୁଣ୍ଡ ଉପରୁ ଉଠିବାରେ ଲାଗିଛି । ଯାହାକି ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ମାତ୍ର ଦୁଃଖର ବିଷୟ ଗରିବ ନିସହାୟ ବୃଦ୍ଧ, ବିକଳାଙ୍ଗ ଲୋକଟିଏ ତାର ସମସ୍ୟାର ସମାଧାନ ପାଇଁ କରୋନା ମହାମାରି ସମୟରେ କେତେ ଯେ ସରକାରୀ ବାବୁ ମାନଙ୍କୁ ଗୁହାରି କରିବ । ଯାହାକୁ ନେଇ ଲୋକଟି ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ଏନେଇ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୈଣସି ସୁଫଳ ମିଳୁନଥିବା ଜନସାଧରଣ କହିଛନ୍ତି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ସେମାନଙ୍କ କାମ ଶିଘ୍ର ସାରି ଘରକୁ ଫେରିବା ଆସା ନେଇ ତହସିଲ କାର୍ଯ୍ୟାଳୟ ଆସିଥାନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଟଙ୍କା ଲୋଭରେ ଲୋକ ମାନଙ୍କୁ ହଇରାଣ କରିବା ସହିତ ବିଭିନ୍ନ ଆଳରେ କାଲି ଆସ, ଫାଇଲ ମିଳୁନି, ଫିଲଡ୍ କାମରେ ଯାଉଛି, ମିଟିଙ୍ଗ ଅଛି ବୋଲି କହିଥାନ୍ତି । ଏପରି ବାହାନାର ଆଳ ଦେଖାଇ କାର୍ଯ୍ୟାଳୟରୁ ବାହାରି ଯାଇ ଏସି ଗାଡିରେ ବୁଲିଥାନ୍ତି । ଯେଉଁ ଲୋକମାନେ ତାଙ୍କ କାମ ନିମନ୍ତେ ତହସିଲ ଅଫିସ ଆସି ଥାନ୍ତି ସେମାନେ ତାଙ୍କୁ ଅପେକ୍ଷା କରି ସେ ନଆସିବାରୁ ନିରାସ ହୋଇ ଘରକୁ ଫେରିଥାନ୍ତି । ତେଣୁ ଢେଙ୍କାନାଳ ଜିଲ୍ଲାରେ ଅସାଧୁ କର୍ମଚାରୀ ମାନଙ୍କ ବିରୋଧର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସାଧାରଣରେ ଦାବୀ ହେଉଛି । ତେବେ ରାଜ୍ୟ ସରକାରଙ୍କର ଏହି ତହସିଲ ଅଫିସରେ ନଜର କେବେ ପଡିବ ଓ କେବେ ଏହି ଅସାଧୁ କର୍ମଚାରୀଙ୍କ କବଳରୁ ଜନସାଧାରଣ ମୁକ୍ତି ପାଇବେ ସେ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking