33.1 C
Bhubaneswar
Friday, April 26, 2024
Homeଓଡିଶାପାସେଞ୍ଜର ହଲ୍ଟ ପାଲଟିଛି ଅସାମାଜିକଙ୍କ ପେଣ୍ଠସ୍ଥଳି

ପାସେଞ୍ଜର ହଲ୍ଟ ପାଲଟିଛି ଅସାମାଜିକଙ୍କ ପେଣ୍ଠସ୍ଥଳି

ଢେଙ୍କାନାଳ : ମହାମାରୀ କରୋନାକୁ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ଶତପ୍ରତିଶତ ରେଳ ଚଳାଚଳ ହୋଇପାରିନାହିଁ । କିଛି ହାତଗଣତି ରେଳ ସେବା ଯୋଗାଇଥିବା ବେଳେ ଏହି ଟ୍ରାକରେ ଗଡିନି ପାସେଞ୍ଜର ରେଳ । ମାତ୍ର ଏବେ ପୁନର୍ବାର ଅଧିକ ଶକ୍ତିଶାଳି ହୋଇ କୋଭିଡ୍ ବାହୁଡିଥିବା ବେଳେ ଶସ୍ତା ଓ ଜରୁରୀ ସେବା ଯୋଗାଉଥିବା ଏଭଳି ରେଳ କେବେ ଚାଲିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା। ଅନ୍ୟପଟେ ଦୀର୍ଘଦିନ ଧରି ବନ୍ଦ ରହିବା ଏବଂ ପରିଚାଳନା ଅଭାବରୁ ଅବହେଳିତ ହୋଇପଡିଥିବା ପାସେଞ୍ଜର ହଲ୍ଟଟି ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଲାଣି । ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଥିବା ଶ୍ୟାମାଚରଣପୁରସ୍ଥିତ ପାସେଞ୍ଜର ହଲ୍ଟ ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ଢେଙ୍କାନାଳ ଜିଲ୍ଲା ରେଳ ସେବାକୁ ଅଧିକ ସୁଗମ କରିବା ଲାଗି ଦୀର୍ଘ ୨୭ବର୍ଷ ପୁର୍ବେ କାର୍ଯ୍ୟକ୍ଷମ ହୋଇଥିଲା ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ । ଏହି ହଲ୍ଟରେ ପୁରୀ-ତାଲଚେର, ତାଲଚେର-ପୁରୀ, ଅନୁଗୁଳ-ପୁରୀ, ରାଉଲକେଲା-ପୁରୀ ଆଦି ପାସେଞ୍ଜର ଟ୍ରେନ ହଲ୍ଟ କରୁଥିଲା । ଭୁବନେଶ୍ୱରରେ କାର୍ଯ୍ୟରତ ୭୦୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଦୈନନ୍ଦିନ ୭ଟାରେ ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନରେ ଯାତ୍ରା କରିଥାନ୍ତି । ଗତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା । ଏଠାରେ ଥିବା ବିଶ୍ରାମଗାର ଗୁଡିକ ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡା ସ୍ଥଳି ପାଲଟିଲାଣି । ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking