28.1 C
Bhubaneswar
Friday, April 26, 2024
Homeଓଡିଶାବିଭିନ୍ନ ପ୍ରକଳ୍ପର ଲୋକାର୍ପିତ କଲେ ମନ୍ତ୍ରୀ

ବିଭିନ୍ନ ପ୍ରକଳ୍ପର ଲୋକାର୍ପିତ କଲେ ମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ କପିଳାସର ଜାଗର ଯାତ୍ରା ଅବସରରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଲୋକାର୍ପିତ କରାଯାଇଛି । ପୀଠକୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ଲୋକାର୍ପିତ କରାଯାଇଛି । ଖଣୀ ଓ ପୁର୍ତ ବିଭାଗ ମନ୍ତ୍ରୀ ଶ୍ରଯୁକ୍ତ ପ୍ରଫୁଲ କୁମାର ମଲ୍ଲିକ ତାଙ୍କ ମନ୍ତବ୍ୟରେ କହିଛନ୍ତି କି, ସବୁ ସୁବିଧା ସୁଯୋଗ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ପାଇଁ ।
ମାତ୍ର ସର୍ବପୁରାତନ ମନ୍ଦିରର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହି ଅର୍ଥରେ କପିଳାସ ପାଦଦେଶରେ ଯାତ୍ରୀ ମାନଙ୍କ ନିମନ୍ତେ ଗୋଷ୍ଟୀ ସୁବିଧା କେନ୍ଦ୍ର , ମନ୍ଦିର ନିକଟରେ ଶୌଚାଳୟ, ଖରାଦିନେ ପାନୀୟଜଳ ସଙ୍କଟର ମୁକାବିଲା ଲାଗି ପାନୀୟଜଳ ପ୍ରକଳ୍ପ ଓ ସ୍ଥାୟୀ ଆଲୋକି କରଣ ଏବଂ ପାହାଚ ରାସ୍ତାରେ ରେଲିଂ କରାଯାଇଛି । ଏହି ଜାଗର ଯାତ୍ରାରେ ମନ୍ତ୍ରୀ ଉନ୍ନୟନ ମୁଳକ ଭାବେ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା, ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ଶ୍ରୀଯୁକ୍ତ ମହେଶ ସାହୁ, ବିଧାୟକ ସୁଧିର ସାମଲ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking