27.1 C
Bhubaneswar
Thursday, March 28, 2024
Homeଓଡିଶାନାଲିଫିତା ବନ୍ଧା ଫାଇଲରେ ପଡି ରହିଛି ଆଦର୍ଶ ବସଷ୍ଟାଣ୍ଡ

ନାଲିଫିତା ବନ୍ଧା ଫାଇଲରେ ପଡି ରହିଛି ଆଦର୍ଶ ବସଷ୍ଟାଣ୍ଡ

ଢେଙ୍କାନାଳ : ଦିନକୁ ଦିନ ଢେଙ୍କାନାଳ ସହରର ଜନସଂଖ୍ୟା ବଢିବା ସହିତ ସହରର ଉନ୍ନତି ମଧ୍ୟ ହେଉଛି । କ୍ରମବର୍ଧିଷ୍ଣୁ ଲୋକସଂଖ୍ୟା ଓ ଜିଲ୍ଲାର ଭିତିଭୁମିର ବିକାଶର ଆବଶ୍ୟକତା ପଡିଲାଣି । ମାତ୍ର ଜିଲ୍ଲା ପ୍ରଶାସନର ମନୋବଳ ଦୁର୍ବଳ ଥିବାରୁ ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ ଗୁଡିକ ନାଲିଫିତା ବନ୍ଧା ଫାଇଲ ଭିତରେ ପଡିରହିଛି । ୨୦୧୬ ମସିହାରେ ଢେଙ୍କାନାଳ ସହ ଆନ୍ତଃ ଜିଲ୍ଲା ଗମନାଗମନକୁ ଆଖି ଆଗରେ ରଖି ଗୋଟିଏ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ କରିବାର ପରିକଳ୍ପନା କରାଯାଇଥିଲା । ଇତି ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ଜାଗା ଚିହ୍ନଟ ହୋଇପାରୁ ନଥିବାରୁ ଏହି ପ୍ରକଳ୍ପଟି ଅଟକି ରହିଛି ।

ଢେଙ୍କାନାଳ ଜିଲ୍ଲା ଗୋଟିଏ ଶିଳ୍ପ ପ୍ରଧାନ ଜିଲ୍ଲା ହୋଇଥିବାରୁ ପ୍ରଶାସନିକ ଏବଂ ରାଜନୈତି ଦୃଷ୍ଟିକୋଣରୁ ଏହାରୁ ଗୁରୁତ୍ୱ ଅଧିକ । ଜିଲ୍ଲାରେ ଅନେକ ସରକାରୀ ଓ ବେସରକାରୀ କଂପାନୀ ଗଢିଉଠିଛି । କପିଳାସ, ଅଷ୍ଟସମ୍ଭୁ, ଯୋରନ୍ଦା, ଅନ୍ନକୋଟିଶ୍ୱର ଓ ନାଗନାଥେଶ୍ୱର ଭଳି ପର୍ଯ୍ୟଟନ ସ୍ଥଳି ରାଜ୍ୟପର୍ଯ୍ୟଟନକୁ ବଳ ଦେଉଛି । ଏହାକୁ ବାଦ ଦେବା ପରେ ସୀମାନ୍ତ ଜିଲ୍ଲା ଯାଜପୁର, କେନ୍ଦୁଝର, ଅନୁଗୁଳ ଓ କଟକ ସହିତ ବ୍ୟବସାୟିକ ସଂପର୍କ ରହିଛି । ଏସବୁ ଦୃଷ୍ଟିକୋଣରୁ ଜିଲ୍ଲାକୁ ବହୁ ଦୁରଦୁରାନ୍ତରୁ ହଜାର ହଜାର ଯାତ୍ରୀ ଏଠାକୁ ଆସିଥାନ୍ତି । ଜିଲ୍ଲା ମଧ୍ୟରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡଟି ଲୋକଙ୍କ ଆବଶ୍ୟକତା ପୁରଣ କରିପାରୁ ନଥିବା ନେଇ ସହରବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଲାଣି ।

ଦୀର୍ଘ ୫ ବର୍ଷ ତଳେ ଡ୍ରିଟ୍ ଅନୁମୋଦନ କ୍ରମେ ଜିଲ୍ଲାରେ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ମହିଷାପାଟ ପଡିଆରେ ୫ ଏକର ଜାଗାରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପ୍ରସ୍ତାବ କାର୍ଯ୍ୟକାରୀ ହେବା ପୁର୍ବରୁ ଏହାର ଭାଗ୍ୟ ନାଲି ଫାଇଲି ଭିତରେ ବନ୍ଦ ହୋଇ ରହିଗଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଡିଆକୁ ବିଭିନ୍ନ ସମୟରେ ପଲିଶ୍ରୀ ମେଳା କରାଯାଉଛି । ଏଥିନେଇ ପୁଣି ନୁତନ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଜାଗା ଖୋଜା ଚାଲିଛି । ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ସମୁଖରେ ଥିବା ଓଡିଶା ରାଜ୍ୟ ପରିବହନ ନିଗମର ସର୍ବ ପୁରାତନ ବସ୍ ଗ୍ୟାରେଜ ଏବଂ ୫ ଏକର ଜାଗାକୁ ନୁତନ ବସଷ୍ଟାଣ୍ଡ ପାଇଁ ବଛା ଯାଇଥିଲା ।

ମାତ୍ର ଦୁଃଖର ବିଷୟ ଉକ୍ତ ଜମିକୁ ରିଲାଏନ୍ସ କମ୍ପାନୀ ଲିଜ୍‌ରେ ନେଇଥିବା ନେଇ ଜାଗାର ବର୍ତମାନ ସ୍ଥିତି ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏ ସଂପର୍କରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା କୁହନ୍ତି ଯେ ପ୍ରସ୍ତାବିତ ହୋଇଥିବା ଜାଗାର ଲିଜ୍ ସଂପର୍କରେ ଜାଣିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଲିଜ୍‌ର ସ୍ଥିତି ଜାଣିବାପରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking