37.1 C
Bhubaneswar
Sunday, April 28, 2024
Homeଓଡିଶାବସ ଚଳାଚଳ କୋହଳ ସତ୍ୱେ ଯାତ୍ରୀ ହନ୍ତସନ୍ତ

ବସ ଚଳାଚଳ କୋହଳ ସତ୍ୱେ ଯାତ୍ରୀ ହନ୍ତସନ୍ତ

ଢେଙ୍କାନାଳ : ଦିର୍ଘ ମାସ ଧରି କୋଭିଡ କଟକଣା ପରେ ଜିଲ୍ଲା ତଥା ରାଜ୍ୟରେ ବସ ଚଳା ଚଳ ନିମନ୍ତେ କୋହଳ କରାଯାଇଛି । ଫଳରେ ରାଜ୍ୟରେ ବସ ଚଳାଚଳ ଘୋଷଣା ପରେ ଢେଙ୍କାନାଳ ବସ ଷ୍ଟାଣ୍ଡକୁ ଯାତ୍ରୀ ମାନଙ୍କର ଆଗମନ ବଢିବାରେ ଲାଗିଛି । ତେବେ ବସ ଚଳାଚଳରେ ସମୟ ନିର୍ଘଂଟ ସାଙ୍ଗକୁ କମ ସଂଖ୍ୟକ ଯାତ୍ରୀ ବସ ମାଲିକ ମାନଙ୍କ ପାଇଁ ସମସ୍ୟା ହୋଇଛି ।
ଗୋଟିଏ ପଟରେ ଡିଜେଲ ଦର ବୃଦ୍ଧି ଅନ୍ୟପଟେ ବସରେ ସମସ୍ତ ଯାତ୍ରୀ ମାସ୍କ, ସିଟିଂ ମୁତାବକ ଯାତ୍ରୀ ପରିବହନରେ କଟକଣା ।

ଫଳରେ ସମୟ ନିର୍ଘଂଟ ମଧ୍ୟରେ ବସରେ ଯାତ୍ରୀ ହେଉ ନଥିବାରୁ ବସ ଷ୍ଟାଣ୍ଡରେ ବସ ଗୁଡିକ ଘଂଟା ଘଂଟା ଧରି ଯାତ୍ରୀ ମାନଙ୍କ ଅପେକ୍ଷାରେ ଛିଡା ହୋଇ ରହୁଥିବା ଦେଖିବାକୁ ମିଳୁଛି । ଯାହାକି ବସ ମାଲିକ ମାନଙ୍କ ପାଇଁ ସୃଷ୍ଟି କରିଥିବା ପ୍ରକାଶ କରୁଛନ୍ତି ।
କଟକ, ଅନୁଗୁଳ ଆଦି ଅଚଂଳରୁ ଯାତ୍ରୀମାନେ ଆସିବା ପରେ ଢେଙ୍କାନାଳରୁ କାମାକ୍ଷାନଗର, ଗଁଦିଆ, ଯୋରନ୍ଦା, ବଣସିଂହ ଓ ଭାପୁର ଅଚଂଳକୁ ଯିବାକୁ ଥିବା ଯାତ୍ରୀମାନେ ବସକୁ ଅପେକ୍ଷା କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କହିବାକୁ ଗଲେ ଲୋକଙ୍କ ମନରେ କୋଭିଡ ଭୟ ଛାଡି ନଥିବାରୁ କମ୍ ସଂଖ୍ୟକ ଲୋକ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking