37.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଆଜି ୬୯ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ଆଜି ୬୯ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁ ନାହିଁ ମୃତ୍ୟୁ ସଂଖ୍ୟାରେ ରୋକ୍ । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨ଜଣ ମୃତ୍ୟୁବରଣ କରିଛନ୍ତି ।

ସେହିପରି ସୁନ୍ଦରଗଡରୁ ୧୦, ବରଗଡ଼ରୁ ୭ ଓ ଅନୁଗୁଳରୁ ୬, କେନ୍ଦୁଝରରୁ ୫, କେନ୍ଦ୍ରାପଡାରୁ ୪, ବାଲେଶ୍ୱରରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭଦ୍ରକ, ବୌଦ୍ଧ, ଗଞ୍ଜାମ, ନୟାଗଡ ଓ ପୁରୀରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ସୁବର୍ଣ୍ଣପୁର, କୋରାପୁଟଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking