35.1 C
Bhubaneswar
Saturday, May 4, 2024
Homeଓଡିଶାଜିଲ୍ଲା ରେଡ୍‌କ୍ରସ ଶାଖା ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

ଜିଲ୍ଲା ରେଡ୍‌କ୍ରସ ଶାଖା ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

ଢେଙ୍କାନାଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଜିଲ୍ଲା ରେଡ୍‌କ୍ରସ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ଓ ଉପାଧ୍ୟକ୍ଷ ରୋଟାରିଆନ ବିରଂଚି ନାରାୟଣ ପାଣୀ ଯୋଗଦେଇ, ସ୍ୱେଚ୍ଛାକୃତ ରକ୍ତଦାତା, ରକ୍ତଦାନ ଶିବିର ଆୟୋଜନ କରୁଥିବା ଜିଲ୍ଲାର ସମସ୍ତ ଅନୁଷ୍ଠାନ ଓ ରକ୍ତଭଣ୍ଡାର ଅଧିକାରୀ ଓ ଟେକ୍‌ନିସିଆନ୍ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କର ସହଯୋଗରେ ରକ୍ତଦାନ ଆନ୍ଦୋଳନ ଆଗାମୀ ଦିନରେ ବ୍ୟାପକ କରାଯିବା ସହ ଆମ ଜିଲ୍ଲା ସମଗ୍ର ରାଜ୍ୟରେ ତା’ର ଶ୍ରେଷ୍ଠତ୍ୱ ବଜାୟ ରଖିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ । ସାଂପ୍ରତିକ କରୋନା କଟକଣା ଯୋଗୁଁ, ସ୍ୱେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ ଶିବିର ଅପେକ୍ଷା ସ୍ୱତପ୍ରବୃତ ଭାବେ ଜିଲ୍ଲା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ଅମୁଲ୍ୟ ଜୀବନ ବଚାଂଇବାକୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡକ୍ରସ ରାପିଡ୍ ରେସପନ୍ସ ଗ୍ରୁପ ପକ୍ଷରୁ ଆୟୋଜିତ “ସଚେତନତା ହିଁ ସୁରକ୍ଷା” କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟରତ ସିକ୍ୟୁରିଟ୍ ଗାର୍ଡ ଓ ରୋଗିମାନଙ୍କ ସେବାରେ ନିୟୋଜିତ ହେଲ୍ପଡେସ୍କ ସହାୟକ ମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିବା ସହିତ ନିଜେ ସୁରକ୍ଷିତ ରହି କିଭଳି ଜନସାଧାରଣଙ୍କୁ ସେବା ଯୋଗାଇବା ନେଇ ପରାମର୍ଶ ଦେଇଥିଲେ । ନୋବେଲ ବିଜେତା, ଚିକିତ୍ସା ବିଜ୍ଞାନୀ କାର୍ଲ ଲାଣ୍ଡସ୍ଟେନର ପ୍ରଥମେ ରକ୍ତର ବର୍ଗୀକରଣ ବା ଗ୍ରୁପ୍ ଉଦ୍‌ଭାବନ କରିଥିଲେ ଓ ଏହା ସୁରକ୍ଷିତ ରକ୍ତ ସଂଚାର କ୍ଷେତ୍ରରେ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଆସୁଅଛି ।

ତେଣୁ ତାଙ୍କର ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆନ୍ତର୍ଯାତୀୟ ରେଡକ୍ରସ ସୋସାଇଟ ପ୍ରତି ବର୍ଷ ଜୁନ୍ ମାସ ୧୪ ତାରିଖକୁ ବିଶ୍ୱ ବ୍ୟାପି ରକ୍ତଦାତା ଦିବସ ଭାବେ ପାଳନ କରିଆସୁଛନ୍ତି । ସୁରକ୍ଷିତ ରକ୍ତଦାନ ଆବଶ୍ୟକତା ନିମ୍େ‌ତ ଜନ ସଚେତନତା ବୃଦ୍ଧି କରିବା ଓ ନୁତନ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମ୍ମାନୀତ କରିବା ନିମନ୍ତେ ଜିଲ୍ଲା ରେଡକ୍ରସ ଶାଖା ଢେଙ୍କାନାଳ ଜିଲ୍ଲା ରକ୍ତଦାତା ଓ ଅନୁପ୍ରେରକ ସଂଘ ଓ ଜିଊ୍‌ା ରାପିଡ ରେସପନ୍ସ ଗ୍ରୁପର ମିଳିତ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୧ ଯୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସଂଘର ଜିଲ୍ଲା ସଂଯୋଜକ ରାଜକିଶେର ବେହେରା ତାଙ୍କ ଜୀବନର ୯୩ ତମ ରକ୍ତ ଦାନ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking