40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମାସ୍କ ନପିନ୍ଧି ୧୦୦ ଡଲାର ତଣ୍ଡ ଗଣିଲେ ବ୍ରାଜିଲ୍‌ ରାଷ୍ଟ୍ରପତି

ମାସ୍କ ନପିନ୍ଧି ୧୦୦ ଡଲାର ତଣ୍ଡ ଗଣିଲେ ବ୍ରାଜିଲ୍‌ ରାଷ୍ଟ୍ରପତି

ବ୍ରାସିଲିଆ : କରୋନା ବେଳେ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲ୍‌ ସୋନାରୋ ମୁହଁରେ ମାସ୍କ ନପିନ୍ଧି ସମର୍ଥକମାନଙ୍କ ସହ ମୋଟରସାଇକଲ ରାଲି କରିଥିବାରୁ ତାଙ୍କ ଉପରେ ୧୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭୩୦୦ ଟଙ୍କାରୁ ଅଧିକ) ଜରିମାନା ଲାଗୁ କରାଯାଇଛି । ବ୍ରାଜିଲରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବୋଲସୋନାରୋ ପୁନର୍ବାର ପ୍ରାର୍ଥୀ ହେବେ । ଏଥିପାଇଁ ସେ ଦେଶର ବିଭିନ୍ନ ସ୍ଥାନରେ ରାଲି କରି ଆସୁଛନ୍ତି । ସେହିକ୍ରମରେ ସାଓ ପଲୋରେ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ‘ଆକ୍ସିଲରେଟ୍‌ ଫର୍‌ କ୍ରିସ୍‌’ ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ ରାଷ୍ଟ୍ରପତି ବୋଲ୍‌ସୋନାରୋ ସମ୍ମୁଖ ଭାଗରେ କାଚ ନଥିବା ଏକ ହେଲ୍‌ମେଟ୍‌ ପିନ୍ଧିଥିଲେ । ହେଲେ ମୁହଁରେ ମାସ୍କ ପିନ୍ଧି ନଥିଲେ । ରାଲିରେ ମାସ୍କ ପିନ୍ଧୁ ନଥିବାରୁ ସାଓ ପଲୋ ରାଜ୍ୟପାଳ ତାଙ୍କୁ ଆଗୁଆ ଚେତାବନୀ ଦେଇଥିଲେ । ଏହାସତ୍ତେ୍ୱ ସେ ଏହି ରାଲିରେ ମାସ୍କ ପିନ୍ଧି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking