36.1 C
Bhubaneswar
Wednesday, May 22, 2024
Homeଓଡିଶାକପିଳାଶ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

କପିଳାଶ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

ଗଁଦିଆ : ରାଜ୍ୟ ସରକାରଙ୍କ ତରଫରୁ ବନ ବିଭାଗ ତରଫରୁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ସବୁ ପ୍ରକାର ଯୋଜନା କରିଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ବଢିବାରେ ଲାଗିଛି । ବନ ବିଭାଗର କଡା ନଜର ସତ୍ୱେ ମଧ୍ୟ ଜଙ୍ଗଲରୁ ବନ୍ୟପ୍ରାଣୀ ଶିକାର କରାଯାଇ ବଜାରରେ ମାଂସ ବିକ୍ରି ହେଉଛି । ମାତ୍ର ଶିକାରୀମାନେ ଶିକାର କରିସାରିବା ପରେ ମାସଂ କାଟି ବିକ୍ରି କରିବାକୁ ନେଉଥିବା ସମୟରେ ଗଁଦିଆ ବନଖଣ୍ଡ ଅଧିକାରୀ ଙ୍କ ଦ୍ୱାରା କାବୁ ହୋଇଛନ୍ତି ।

ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କପିଳାଶ ଅଭୟାରଣ୍ୟରେ ଦୁଇ ଜଣ ଶିକାରୀଙ୍କୁ କପିଳାଶ ବନବିଭାଗ କାବୁ କରିଛି । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ବାଇକ ଓ ୧୦ କେଜି ହରିଣ ମାଂସ ବନ କର୍ମଚାରୀ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ କପିଳାଶ ବନକର୍ମଚାରୀ ମାନେ କପିଳାଶ ଅଭୟାରଣ୍ୟର ୧୦ ନଂ କଂପାର୍ଟମେଂଟ ଅଚଂଳରେ ଅଚାନକ ଚଢାଉ କରିଥିଲେ । ଏହି ଚଢାଉ ବେଳେ ହରିଣ ଶିକାର କରି ମାଂସ କାଟି ବିକ୍ରୀ କରିବାକୁ ନେଉଥିବା ଦୁଇ ଜଣ ଶିକାରୀଙ୍କୁ କାବୁ କରିଛି । କାବୁ ହୋଇଥିବା ଦୁଇ ଜଣ ଶିକାରୀ ଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ଆରୁଁଆ ଗ୍ରାମର ରିବ ନାରାୟଣ ବେହେରା ଓ ରଜତ ବେହେରା ବୋଲି ଜଣାପଡିଛି । ସେମାନଙ୍କଠାରୁ ବନ ବିଭାଗ କର୍ମଚାରୀ ମାନେ ଗୋଟିଏ ବନ୍ଧୁକ, ବାଇକ, ମାଂସ କଟା ଚାପଡ ଓ ୧୦ କେଜି ହରିଣ ମାଂସ ଜବତ କରିଛି । ବନବିଭାଗ ଉଭୟଙ୍କୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking