36.1 C
Bhubaneswar
Saturday, May 4, 2024
Homeଓଡିଶାପମ୍ପହାଉସରେ ତାଲା ପକାଇଲେ ମହିଳା

ପମ୍ପହାଉସରେ ତାଲା ପକାଇଲେ ମହିଳା

ଗଁଦିଆ : ଢେଙ୍କାନାଳ ଜିଲ୍ଲା କରମୁଳ ପଂଚାୟତର ଆମ୍ଭପଡା ଗ୍ରାମରେ କିଛି ଦିନ ହେଲା ପାନୀୟ ଜଳ ସଙ୍କଟ ଦେଖାଦେଇଛି । ପଂଚାୟତର ପ୍ରତି ସାହିକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଗୋଟିଏ ପାଇପ୍ ପାଣି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ସେହି ଗ୍ରାମର କିଛ ଖଳ ପ୍ରକୃତିର ଲୋକ ସେହି ପାଇପ୍‌କୁ କଣା କରି ବେଆଇନ ଭାବେ ପାଣି ନେଉଥିବାରୁ ଗ୍ରାମର ଦୁଇଟି ୱାର୍ଡକୁ ପାଣି ଯାଉ ନାହିଁ । ଏହାକୁ କେନ୍ଦ୍ର କରି ଦୁଇଟି ୱାର୍ଡର ମହିଳା ମାନେ ଏକତ୍ରିତ ହୋଇ ପମ୍ପହାଉସ୍ ତାଲା ପକାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୁଚନାରୁ ସେହି ଦୁଇଟି ୱାର୍ଡର ଲୋକ ମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତରଫରୁ କୈଣସି ଦୃଷ୍ଟି ନଥିବା ଗ୍ରାମବାସୀ କହିଛନ୍ତି । ଫଳରେ ବାଧ୍ୟ ହୋଇ ଏହାର ସମାଧାନ ନିମନ୍ତେ ପମ୍ପହାଉସ ତାଲା ପକାଇଛନ୍ତି । ଯାହାକୁ ନେଇ ସେ ଅଚଂଳରେ ପାନୀୟ ଜଳ ଯୋଗାଣ ସଂପୁର୍ଣ୍ଣ ରୁପେ ଠପ ହୋଇଥିବା ଜଣାପଡିଛି । ଏହାକୁ କେନ୍ଦ୍ର ଉକ୍ତ ଅଚଂଳରେ ତିବ୍ର ଉତେଜନା ଦେଖାଦେଇଛି । ତେବେ ମୁଖ୍ୟ ପାଇପକୁ ଉଠାଇ ଜିଆଇ ପାଇପ ସଂଯୋଗ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking