28.1 C
Bhubaneswar
Friday, April 26, 2024
Homeଓଡିଶା୫ ଟି ଅଧୀନରେ ଜିଲ୍ଲାର ୪୧ଟି ସରକାରୀ ସ୍କୁଲ

୫ ଟି ଅଧୀନରେ ଜିଲ୍ଲାର ୪୧ଟି ସରକାରୀ ସ୍କୁଲ

ଢେଙ୍କାନାଳ : “ମୋ ସ୍କୁଲ ଅଭିଯାନ” ଜରିଆରେ ୫-ଟି ଅଧୀନରେ ଜିଲ୍ଲାର ୮ ଟି ବ୍ଲକରୁ ପ୍ରଥମ ପର୍ଯ୍ୟାୟରେ ୪୧ ଟି ହାଇସ୍କୁଲକୁ “ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌” କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି । ଏହି ୪୧ ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ଭିତିଭୁମିର ବିକାଶ ଦିଗରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଧ୍ୟାନ ଦିଆଯିବ । ଏ ନେଇ ୫-ଟି ସଚି ଭି. କେ. ପାଣ୍ଡିଆନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ସରପଂଚ,ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ସହ ଆଲୋଚନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଭିତିଭୁମିର ସୁଦୃଢ କରିବା, ବିଦ୍ୟାଳୟ ସୈାନ୍ଦର୍ଯ୍ୟକରଣ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ବିଜ୍ଞାନଗାର, ଖେଳପଡିଆ, ଖେଳସାମଗ୍ରୀ ଓ ବିଭିନ୍ନ ଖେଳର ସୁବିଧା, ପାନୀୟଜଳର ଉପଲବ୍ଧତା, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ଇତ୍ୟାଦି ପ୍ରତି ଗୁରୁତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ପାଣ୍ଠି, ସିଏସ୍‌ଆର୍ ସମେତ ରାଜ୍ୟ ସରକାରଙ୍କଠାରୁ ଆର୍ଥିକ ଅନୁଦାନର ବ୍ୟବସ୍ଥା ରହିଛି । ଯାହା ଦ୍ୱାରା କି ବିଦ୍ୟାଳୟଟିର ଭିତିଭୁମି ସୁଦୃଢ ହୋଇପାରିବ । ୫-ଟି ସଚିବ ଏହି କାର୍ଯ୍ୟକ୍ରମର ସଫଳ ରୁପାୟନ ନିମନ୍ତେ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଓତଃପ୍ରତଃ ଭାବେ ଜଡିତ ହେବାକୁ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking