34.1 C
Bhubaneswar
Friday, March 29, 2024
Homeଓଡିଶାବେଆଇନ କଳାପଥର ଖନନ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ 

ବେଆଇନ କଳାପଥର ଖନନ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ 

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ କେବଳ ଡ଼ଙ୍କାରୀ ଓ ରାହାଡ଼ପୁର ନୁହଁ ବିଛାଖଣ୍ଡି ପାହାଡରେ ମଧ୍ୟ ଚାଲିଥିବା ବେଆଇନ କଳାପଥର ଖଣି ଖନନ ବିରୁଦ୍ଧରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରା ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଗତ ଫବୃୟାରୀ ୯ ତାରିଖ ଦିନ ଯେଉଁ ଅଭିଯୋଗ କରିଥିଲେ ତାହାକୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ l ଶ୍ରୀ ବେହୁରା ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ଯେ ବିଛାଖଣ୍ଡି ପାହାଡରେ ପ୍ରଶାସନ ସହାୟତାରେ ଖଣି ମାଫିଆ ମାନେ ବିନା କୌଣସି ଲିଜରେ କୋଟି କୋଟି ଟଙ୍କାର ଲଘୁ ଖଣିଜ (କଳା ପଥର) ଲୁଟ କରି ନେଲେଣି । ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ ହୋଇ ଜନଜୀବନ ପ୍ରଭାବିତ ହେଉଛି । ଅନ୍ୟପକ୍ଷରେ ଏହାଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ ମଧ୍ୟ କ୍ଷତି ହେଉଛି।

ତେଣୁ ସେଠାରେ ଚାଲିଥିବା ବେଆଇନ କଳା ପଥର ଉତ୍ତୋଳନ ବନ୍ଦ କରିବା ସହ ଏଥିରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଖଣି ମାଫିଆଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଲୋକାୟୁକ୍ତଙ୍କ ନିକଟରେ ଦାବି କରିଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯୋଗ କରୁଥିବା ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ନିଜ ଆବେଦନ ପତ୍ରରେ ମଧ୍ୟ ଦର୍ଶାଇ ଥିଲେ ! କିନ୍ତୁ ଲୋକାୟୁକ୍ତ ତାହାକୁ ଗମ୍ଭୀରତାର ସହ ଗ୍ରହଣ କରି ନ ଥିଲେ । ଫଳରେ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚନା କରି ଗତ ମାର୍ଚ୍ଚ ମାସ ୨୭ତାରିଖ ରାତିରେ ତାଙ୍କ ଉପରେ ବୋମାମାଡ଼ ହୋଇଥିଲା ।

ବୋମାମାଡ଼ ଘଟଣା ମୁଖ ଆସାମୀ ଷଡଯନ୍ତ୍ର ରେ ସମ୍ପକ୍ତ ରାଜ ନେତା ଙ୍କୁ ତଦନ୍ତ ପରିସର କୂ ନ ଆଣିବା ପ୍ରଶ୍ନ ବାଚୀ ସୃଷ୍ଟି କରିଛି ତଦନ୍ତ ର ଶୀତଳ ତା ଯୋଗୁ ଘଟଣା ଟି ତଦନ୍ତ ମୋଡ଼ ବଦଳାଇ ଦେବାକୁ ଉଦ୍ୟମ ଜାରି ରହିଛି l ଯୋଜନା ଵଧ ବୋମା ମାଡ଼ ଷଡ଼ଯନ୍ତ ରେ କଳା ପଥର ମାଫିଆ ସହ ରାଜ ନେତା ଓ ଆଉ କିଏ ସାମିଲ ଥିଲେ ପୋଲିସ ପକ୍ଷ ରୁ ପର୍ଦ୍ଧା ଫାସ କଲେ ପୋଲିସ ଉପରେ ଜନ ସାଧାରଣ ଙ୍କ ଆସ୍ଥା ଆସିବ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking