ଧାମରା ପୋର୍ଟ ନାମରେ ନକଲି ୱେବ୍‌ସାଇଟ

ଭଦ୍ରକ : କୌଣସି ଏକ ଠକ ସଂସ୍ଥା ଧାମରାପୋର୍ଟ ନାମରେ ଏକ ୱେବ୍‌ସାଇଟ ତିଆରି କରି ଚାକିରି ଆଶାୟୀ ଯୁବପିଢିଙ୍କଠାରୁ ବିଭିନ୍ନ ପଦପଦବୀରେ ନିଯୁକ୍ତିର ସୁଯୋଗ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣାପଡ଼ିଛି । ଏପରି ଏକ ତଥ୍ୟ ଧାମରା ପୋର୍ଟ ଅଧିକାରୀଙ୍କ ହସ୍ତଗତ ହେବା ପରେ ଏ ଦିଗରେ ପଦକ୍ଷେପ ସ୍ୱରୂପ ଏହି ନକଲି ୱେବ୍‌ସାଇଟ୍‌କୁ ତୁରନ୍ତ ବନ୍ଦ କରିବା ସହ ଏହି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି ।

ଏ ନେଇ କମ୍ପାନୀ ପକ୍ଷରୁ ଧାମରା ଥାନାରେଏତଲା ଦିଆଯାଇଛି ଓ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରାଯାଇଛି । ଏହା ସହ ନିଯୁକ୍ତି ଆଶାୟୀ ଯୁବପିଢିଙ୍କୁ ଏହିପର ିଫେକ୍ ୱେବ୍‌ସାଇଟଠାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି । ସଂପୃକ୍ତ ୱେବ୍‌ସାଇଟ୍ ଉପରେ ଡିପିସିଏଲ୍‌ର କୌଣସି ନିୟନ୍ତ୍ରଣ କିମ୍ବା ସହଭାଗିତା ନାହିଁ ଏବଂ ସାଧାରଣ ଜନତାଙ୍କୁ ଏହାର ଶିକାର ନ ହେବାକୁ ଅନୁରୋଧ କରାଯାଇଛି । ଧାମରା ବନ୍ଦର ରୋଜଗାର ସମ୍ବନ୍ଧୀୟ ସୁଯୋଗପାଇଁ ଦେୟ ଦାବିକରେ ନାହିଁ ଏବଂ ସମସ୍ତ ଖାଲି ପଦବୀ କେବଳ ଉପରୋକ୍ତ ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶିତ ହୁଏ ବୋଲି ପୋର୍ଟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here