35.1 C
Bhubaneswar
Tuesday, April 23, 2024
Homeକରୋନାଟିକାକରଣ, ଡେଲଟା ପ୍ଲସ୍ ପ୍ରସଙ୍ଗରେ ସମୀକ୍ଷା ବୈଠକ : କଟକଣା ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ

ଟିକାକରଣ, ଡେଲଟା ପ୍ଲସ୍ ପ୍ରସଙ୍ଗରେ ସମୀକ୍ଷା ବୈଠକ : କଟକଣା ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ଟିକାକରଣ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ସଂପ୍ରତି ଦେଶରେ ଦେଖାଦେଇଥିବା ଡେଲ୍‌ଟା ପ୍ଲସ ଭାରିଆଣ୍ଟ୍‌କୁ ନେଇ ଉଦ୍‌ବେଗଜନକ ସ୍ଥିତି ଉପୁଜିଥିବାରୁ ଏଥିପ୍ରତି ସତର୍କତାମୂଳକ ପଦକ୍ଷେପ ନେବାକୁ ମୋଦୀ ବିଭିନ୍ନ ରାଜ୍ୟ ସରକାରଙ୍କଚୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ୧୨ଟି ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ରେ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ କଡାକଡି ପାଳନ କରିବା ସହ ନମୁନା ପରୀକ୍ଷଣକୁ ତ୍ୱରାନ୍ୱିତ କରିବାକୁ ମୋଦୀ ପ୍ରଭାବିତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଡେଲ୍‌ଟା ପ୍ଲସ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ଟିକାକରଣ କାର୍ଯ୍ୟ ଆଗେଇ ନେବାକୁ କୁହାଯାଇଛି ।

ବିଶେଷଜ୍ଞମାନେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ୍‌କୁ ଚିନ୍ତାଜନକ ବୋଲି ଆଖ୍ୟା ଦେଇଛନ୍ତି । କଟକଣା ନ ମାନିଲେ, ଏହା ସାଂଘାତିକ ରୂପ ଧାରଣ କରିବ ବୋଲି ମଧ୍ୟ ସେମାନେ ଚେତାଇ ଦେଇଛନ୍ତି । ଏହି ଭାରିଆଣ୍ଟ୍ ପ୍ରବଳ ମାତ୍ରାେ ସଂକ୍ରମକ ହୋଇଥିବାରୁ ଉଭୟ ସରକାର ଓ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶରେ ଟିକାକରଣ ପ୍ରକ୍ରିୟାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଚଳିତବର୍ଷ ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ୩୧ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି । ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଟିକାକରଣ ପ୍ରସଙ୍ଗରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking