34.1 C
Bhubaneswar
Saturday, July 12, 2025
Homeଓଡିଶା୫୭ବର୍ଷ ବୟସରେ ମାଟ୍ରିକ୍ ପାସ୍‌କଲେ ଆଶା ଦିଦି

୫୭ବର୍ଷ ବୟସରେ ମାଟ୍ରିକ୍ ପାସ୍‌କଲେ ଆଶା ଦିଦି

ବାରିକପୁର: ଦୃଢ଼ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ, ଏହା ପୁଣିଥରେ ସାବ୍ୟସ୍ତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମରେ ସ୍ୱର୍ଣ୍ଣଲତା ପତି ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ଧରି ରହିଆସୁଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ତାଙ୍କ ଠାରୁ ଅଲଗା ହୋଇଯାଇଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି କଷ୍ଟରେ ଚଳି ଆସୁଛନ୍ତି । ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ତେବେ ସରକାରଙ୍କ ପରିବର୍ତ୍ତୀତ ନିୟମ ଅନୁସାରେ ଜଣେ ମାଟ୍ରିକ୍ ପାସ୍ କଲେ ତାଙ୍କୁ ଚାକିରିକାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜାଣିବା ପରେ ଏହାକୁ ଆଧାରକରି ସ୍ୱର୍ଣ୍ଣଲତା ଚଳିତବର୍ଷ ୫୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏହାପରେ ସେ ଭଦ୍ରକସ୍ଥିତ ବାଗୁରାଇ ସ୍କ୍‌ୁଲରେ ପରୀକ୍ଷା ଦେଇଥିବାବେଳେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଥିଲେ । ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking