28.1 C
Bhubaneswar
Tuesday, June 17, 2025
Homeଓଡିଶାଭାଷଣ କି ବିଜ୍ଞାପନରେ ବିକାଶ ଆସେନି: ନବୀନ

ଭାଷଣ କି ବିଜ୍ଞାପନରେ ବିକାଶ ଆସେନି: ନବୀନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଦଳର ନେତାମାନଙ୍କୁ ଉଦବୋଧନ ଦେଇଛନ୍ତି । ବୈଠକରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ଶଙ୍ଖ ଭବନରେ ବରିଷ୍ଠ ନେତା ମଧ୍ୟ ସାମିଲ ଅଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ କଥାରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ ଦାୟିତ୍ୱବାନ ପ୍ରତିଦ୍ବନ୍ଦୀ ଭାବରେ କାମ କରୁଛୁ

ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ, ବଡ ବଡ ବିଜ୍ଞାପନ ରେ ବିକାଶ ଆସେ ନାହିଁ ।ଆମ ସରକାର ସମୟରେ ଓଡିଶାର ୯୦ % ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି ।ହଜାର ହଜାର ଲୋକ ହଇରାଣ ହେଉଛନ୍ତି । କ୍ୟାନ୍ସର ରୋଗୀ ହଇରାଣ ହେଉଛନ୍ତି । ପିଲାମାନେ ହଇରାଣ ହେଉଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ଅସୁବିଧା ଭୋଗୁଛନ୍ତି । ୩୦ଟି ଜିଲ୍ଲା ମଧ୍ୟରୁ ୧୯ଟି ଜିଲ୍ଲାରେ CDMO ପଦବୀ ଖାଲି ପଡ଼ିଛି। ଏହା କଣ ବର୍ତ୍ତମାନ ସରକାରଙ୍କ ସଫଳତା ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଆହୁରି କହିଛନ୍ତି ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ ସଶକ୍ତ ହୋଇଥିଲେ । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ଗତି କୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି ହତାଶ । ମା’ ମାନଙ୍କ ଆତ୍ମା ନିର୍ଭରଶୀଳତା ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ ସଶକ୍ତ ରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ ।

ନିର୍ବାଚନ ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ MSP ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି । ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ କୃଷି କ୍ଷେତ୍ରରେ ଲୋନ ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେ ଇରିଗେସନ ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର । କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ ।

 ନବୀନ ଆହୁରି କହିଛନ୍ତି ୨୦୦୦ ରେ ବିଜେଡି ସରକାର ଦାୟୀତ୍ୱ ନେବା ସମୟରେ ଓଡିଶାର ଋଣ ବୋଝ ଥିଲା ୧୮ ହଜାର କୋଟି । ୨୦୨୪ ରେ ଆମେ ଦାୟୀତ୍ୱ ଛାଡିବା ବେଳେ ସରକାରୀ ଟ୍ରେଜେରୀ ରେ ଅଧିକ ଥିଲା ୪୫ ହଜାରେ କୋଟି । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି ।୨୦୦୫-୦୬ ରେ ଓଡିଶାର ଗରିବୀ ୬୩.୮୩ % ଥିବା ବେଳେ ୨୦୨୩ ରେ ଏହା ୧୧.୦୭ % କୁ ଆସିଥିଲା । ୧୦୨.୭୮ ଲକ୍ଷ ଲୋକ ଦାରିଦ୍ର୍ୟ ରେଖା ଉପରକୁ ଉଠିଥିଲେ ।ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି । । ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀ ମାନେ ଲୋକଙ୍କ ସେବା ଜାରୀ ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking