26.1 C
Bhubaneswar
Wednesday, March 19, 2025
Homeଓଡିଶାଥାନାରେ ଅଭିଯୋଗ ପରେ ମନ୍ଦିରରେ ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ

ଥାନାରେ ଅଭିଯୋଗ ପରେ ମନ୍ଦିରରେ ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ

ଦେବଗଡ଼ : ଦୀର୍ଘ ବର୍ଷ ଧରି ଜଣେ ଯୁବତୀଙ୍କୁ ପ୍ରେମ ପରେ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ମଧ୍ଯ ଘରକୁ ବୋହୁ କରି ନେଉ ନଥିବା ଯୁବକକୁ ଗତକାଲି ରାତିରେ ଯୁବତୀଙ୍କ ପରିବାର ଲୋକେ ଘର ଭିତରେ ତାଲା ପକାଇ ପୁଲିସକୁ ହସ୍ତାନ୍ତର କରିବା ଏବଂ ଥାନାରେ ଅଭିଯୋଗ ପରେ ମନ୍ଦିରରେ ପ୍ରେମିକ ଯୁବତୀଙ୍କ ମଥାରେ ସିନ୍ଦୁର ନାଇବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି l ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ଫଟାଟାଙ୍ଗର ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ଝିଅ ସୁକାନ୍ତି ପ୍ରଧାନ (୨୩)ଙ୍କ ସହ କଖାରୁମାଳ ଗ୍ରାମର ମକା ଦେହୁରୀ ଙ୍କ ପୁଅ ସିଲୁ ଦେହୁରୀ (୨୪) ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରଖି ଆସୁଥିବା ବେଳେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ l

ପରିବାର ଲୋକଙ୍କ ଅନିଚ୍ଛା ଯୋଗୁଁ ପ୍ରେମିକାକୁ ବିବାହ କରୁନଥିଲେ l ଏହି କ୍ରମରେ ଗତ ବୁଧବାର  ପ୍ରେମିକ ସିଲୁ ପ୍ରେମିକା ସୁକାନ୍ତିଙ୍କ ଘରକୁ ଯାଇ ତାଙ୍କ କୋଠରୀରେ ଥିବା ସମୟରେ ପରିବାର ଲୋକେ ଜାଣିପାରି ଉକ୍ତ କୋଠରୀକୁ ବାହାର ପଟୁ ବନ୍ଦ କରି ପୁଲିସକୁ ସୂଚନା ଦେଇଥିଲେ l ସୂଚନା ପାଇ ରିଆମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ଥିବା ସିଲୁକୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ଗତକାଲି ଉଭୟ ପରିବାରଙ୍କୁ ଥାନାକୁ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ତେବେ ଏନେଇ ପ୍ରେମିକା ସୁକାନ୍ତିଙ୍କ ପରିବାର ଲୋକେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ପ୍ରେମିକ ପରିବାର ଲୋକେ ଉଭୟଙ୍କୁ ବିବାହ ପାଇଁ ଅନୁମତି ଦେଇଥିଲେ l ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ଶିବ ମନ୍ଦିରରେ ପ୍ରେମିକ ସିଲୁ ପ୍ରେମିକା ସୁକାନ୍ତିଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking