35.1 C
Bhubaneswar
Wednesday, April 23, 2025
Homeଓଡିଶାଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପତ୍ନୀ ମିନତି ଦାସ ଆସନ୍ତାକାଲି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ନବ ଦାସଙ୍କ ପତ୍ନୀ ପୂର୍ବରୁ ଚିଠି ଲେଖି ଜଣାଇଥିଲେ । ଆଉ ଏହାପରେ ଏବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବାକୁ ସମୟ ଦେଇଛନ୍ତି ।

ଆସନ୍ତାକାଲି ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ମିନତି ଭେଟିବା ନେଇ ସୂଚନା ରହିଛି । ସୂଚନାଯୋଗ୍ୟ ଯେ, ୨ ବର୍ଷ ପରେ ପୁଣିଥରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାର ଫାଇଲ ଖୋଲିଛି । ଆଜିଠାରୁ ପୁଣିଥରେ ହତ୍ୟାର ସାନି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍‌। କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ନବ ଦାସଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନବ ଦାସଙ୍କ ପତ୍ନୀ ମିନତି ଦାସ, ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ବୟାନ ରେକର୍ଡ କରିଛନ୍ତି। ପ୍ରାୟ ୭ ଘଣ୍ଟା ଧରି ନବଦାସଙ୍କ ଘରେ ରହିଥିଲା କ୍ରାଇମବ୍ରାଞ୍ଚ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking