29.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶବୋହିଲା ରକ୍ତର ନଦୀ; ୫୭ ଦିନ ଶାନ୍ତି ପରେ ଅଶାନ୍ତ ଗାଜା

ବୋହିଲା ରକ୍ତର ନଦୀ; ୫୭ ଦିନ ଶାନ୍ତି ପରେ ଅଶାନ୍ତ ଗାଜା

ନୂଆଦିଲ୍ଲୀ: ବୋହିଲା ରକ୍ତର ନଦୀ। ୫୭ ଦିନ ଶାନ୍ତି ପରେ ଅଶାନ୍ତ ଗାଜା । ଗାଜାରେ ଇସ୍ରାଏଲ ସେନା ବଡଧରଣର ଆକ୍ରମଣ କରିଛି । ଯେଉଁଥିରେ ୩୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଯୁଦ୍ଧବିରାମ ହଟିବା ପରେ ଜୋରଦାର ପ୍ରହାର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ମିସାଇଲ ମାଡରେ ପ୍ରାୟ ୩୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ ହମାସର ଜଣେ ମନ୍ତ୍ରୀ ଓ ବ୍ରିଗେଡିୟର ରହିଛନ୍ତି । ଅନେକ ଆହତ ହୋଇଥିବା ସୂଚନା ମିଳିଛି । ୫୭ ଦିନର ଶାନ୍ତି ପରେ ପୁଣି ନରସଂହାର ହୋଇଛି । ଯୁଦ୍ଧବିରାମ ହଟିବା ପରେ ଗାଜା ଉପରେ ବଡ ଧରଣର ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଯେଉଁଥିରେ ୩୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ହମାସ ସହ ଇସ୍ରାଏଲର ଯୁଦ୍ଧବିରତି ଆଲୋଚନା ବିଫଳ ହେବା ପରେ ଆଇଡିଏଫ ପୁଣି ଥରେ ବୋମା ବର୍ଷା କରିଛି ।

ପାଲେଷ୍ଟାଇନ ନାଗରିକ ରହୁଥିବା ଶରଣାର୍ଥୀଙ୍କ କ୍ୟାମ୍ପ ଓ ସ୍କୁଲ ଉପରେ ଆଟାକ୍ ହୋଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଶେଷ ହୋଇଛି । ଦୁଇ ପକ୍ଷ ମଧ୍ୟରେ ଦ୍ୱିତୀୟ ଥର ଅସ୍ତ୍ରବିରତି ନେଇ ଅସହମତି ପ୍ରକାଶ ପାଇବା ପରେ ଇସ୍ରାଏଲ ଗାଜା ପଟ୍ଟି ଉପରେ ଆଟାକ୍ କରିଛି । ଯୁଦ୍ଧବିରାମ ଶେଷ ହେବା ପରେ ଏହା ସବୁଠୁ ବଡ ହମଲା ବୋଲି କୁହାଯାଉଛି । ଇସ୍ରାଏଲ ତାର ବୟାନରେ କହିଛି କି,ଏବେଠୁ ଆମର ସୈନ୍ୟ ଶକ୍ତି ବୃଦ୍ଧି କରି ହମାସ ଉପରେ ଆକ୍ରମଣ ଜୋରଦାର କରିବୁ। ଆସୋସିଏଟେଡ ପ୍ରେସ ରିପୋର୍ଟ ମୁତାବକ, ଗାଜା ପଟ୍ଟି ଉପରେ ଇସ୍ରାଏଲର ଏହି ଅପରେସନରେ ପ୍ଲାନିଙ୍ଗ ଆଇଡିଏଫ ଗତ ସପ୍ତାହରେ ଉପସ୍ଥାପନ କରିଥିଲା । ଯାହାକୁ ଇସ୍ରାଏଲ ରଜାନୈତିକ ନେତୃତ୍ୱ ପକ୍ଷରୁ ସ୍ୱୀକୃତି ମିଳିଥିଲା । ଇସ୍ରାଏଲ ଆର୍ମିର ସୂଚନା ମୁତାବକ, ଏହି ଆକ୍ରମଣ ଗାଜାରେ ଥିବା ହମାସ ଠିକଣାରେ ହୋଇଛି । ଏ ନେଇ ଇସ୍ରାଏଲ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏକ ପୋଷ୍ଟ କରି କହିଛି ପାଲେଷ୍ଟାୟୀନ ରହୁଥିବା ଶରଣାର୍ଥୀ କେନ୍ଦ୍ର ନୁହେଁ ହମାସ ଆତଙ୍କବାଦୀ ସଂଗଠନ ଅପରେଟ୍ ହେଉଥିବା ଠିକଣାରେ ସଠିକ୍ ଏୟାରଷ୍ଟ୍ରାଇକ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking