27.1 C
Bhubaneswar
Wednesday, April 29, 2026
Homeଓଡିଶାଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ବର୍ଷିଲେ ହାଇକୋର୍ଟ

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ବର୍ଷିଲେ ହାଇକୋର୍ଟ

କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ସଚିବଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଓପିଏସ୍‌ସିର କାର୍ଯ୍ୟଧାରା ଉପରେ ବର୍ଷିଛନ୍ତି। ବାରମ୍ବାର ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ବି ଓପିଏସ୍‌ସି ପକ୍ଷରୁ ରିଭାଇଜଡ୍ ମେରିଟ୍ ଲିଷ୍ଟ ପ୍ରଦାନ କରାଯାଉନାହିଁ। ତେଣୁ ପରବର୍ତ୍ତି ଶୁଣାଣି ଅର୍ଥାତ ଆସନ୍ତା ୨୫ ତାରିଖରେ ସମ୍ପୂର୍ଣ୍ଣ ରିଭାଇଜଡ୍ ମେରିଟ୍ ତାଲିକା ସହ ଅଦାଲତରେ ବ୍ୟକ୍ତିଗତ ହାଜର ପାଇଁ ଓପିଏସ୍‌ସି ସଚିବଙ୍କୁ ଅଦାଲତ ନିର୍ଦ୍ଦେଶ ରହିଛି। ଡେଣ୍ଟ।।ଲ ସର୍ଜନ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଓପିଏସ୍‌ସି ପକ୍ଷରୁ ୧୭୧ ଜଣଙ୍କ ମେରିଟ୍ ଲିଷ୍ଟ ପଠାଯାଇଥିଲା। ତନ୍ମଧ୍ୟରୁ ୫ ଜଣ ଚାକିରିରେ ଯୋଗ ନଦେବାରୁ ରାଜ୍ୟ ସରକାର ଆଉ ୫ ଜଣଙ୍କ ନାମ ପଠାଇବା ନିମନ୍ତେ ଓପିଏସ୍‌ସିକୁ ଚିଠି ଦେଇଥିଲେ। ତଦନୁସାରେ ଅନ୍ୟ ୫ ଜଣଙ୍କ ନାମ ଓପିଏସ୍‌ସି ସରକାରଙ୍କୁ ପଠାଇଥିଲା। ହେଲେ ୨୦୨୨ରେ ବିଶେଷଜ୍ଞ କମିଟି ପରାମର୍ଶରେ ସଂଶୋଧନ କରାଯାଇ ୮ ଜଣଙ୍କ ନାମ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟରୁ ବାଦ୍ ପଡ଼ିଥିଲା। ଏଥିସହ ୫ ଜଣଙ୍କ ତାଲିକା ମଧ୍ୟରୁ ପୁଣି ୩ ଜଣଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟରେ ବାଦ ଦିଆଯାଇଥିଲା । କଟ୍‌ଅଫ୍ ମାର୍କ ଆଧାରରେ ବାଦ୍ ପଡ଼ିଥିବା ୧୧ ଜଣ ୨୦୧୭-୧୮ରୁ ବିଭିନ୍ନ ହସ୍‌ପିଟାଲରେ ସର୍ଜନ ଭାବେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଏହି ୧୧ ଜଣଙ୍କ ନିଯୁକ୍ତି ଉପରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ଓପିଏସ୍‌ସିକୁ ଆଦେଶ ଦେଇଥିଲେ। ଏହି ୧୧ ଜଣ ସର୍ଜନଙ୍କୁ ଚାକିରିରୁ ଛଟେଇ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବା ନେଇ ଓପିଏସ୍‌ସି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ତେବେ ଗତ ୨୦ ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି କରି ରିଭାଇଜ୍‌ଡ୍ ମେରିଟ୍ ଲିଷ୍ଟ ପ୍ରଦାନ ପାଇଁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking