34.1 C
Bhubaneswar
Wednesday, May 1, 2024
Homeଓଡିଶାରାଜଧାନୀ ଭୁବନେଶ୍ୱରରେ ଏବେ କଲବଲ କରୁଛି ଡେଙ୍ଗୁ

ରାଜଧାନୀ ଭୁବନେଶ୍ୱରରେ ଏବେ କଲବଲ କରୁଛି ଡେଙ୍ଗୁ

ଭୁବନେଶ୍ୱର:  ଦିନକୁ ଦିନ ସଂକ୍ରମଣ କମୁଛି ହେଲେ ଥମୁନାହିଁ । କରୋନାର ଦ୍ୱିତୀୟ ଲହରର କୋପ ସାରା ରାଜ୍ୟରେ ଥମିଥିବାବେଳେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତି ଯାହା ଥିଲା ଏବେ ମଧ୍ୟ ସେଇୟା ଥିବା ପରିଲିକ୍ଷିତ ହୋଇଛି । ଦିନେ ସଂକ୍ରମଣ କମୁଛି ତ ଆଉ ଦିନେ ବଢ଼ୁଛି । ରାଜଧାନୀ ଭୁବନେଶ୍ୱର ଏବେ ମଧ୍ୟ ବହୁ ସମ୍ବେଦନଶୀଳ ସ୍ଥିତିରେ ଗତି କରୁଛି । କରୋନାରୁ ଦୈନିକ ୨୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ବୋଝ ଉପରେ ନଳିତା ବିଡା ସଦୃଶ ଏବେ ଡେଙ୍ଗୁ ସହରରେ କାୟା ମେଲାିବାରେ ଲାଗିଛି । ଘରେ ଘରେ ଏବେ ଜ୍ୱର, କାଶ, ଥଣ୍ଡା ତରଳଝାଡ଼ା ପରି ରୋଗ ସାଧାରଣତଃ ଦେଖିବାକୁ ମିଳୁଛି । ଚିକିତ୍ସା ପାଇଁ ମେଡିକାଲକୁ ଗଲେ ସେଠି ବି ଗହଳି ଚହଳି ଲାଗି ରହୁଛି । ଏହିସ୍ଥିତିରେ ସହରବାସୀଙ୍କୁ ମୌଳିକ ସେବା ଯୋଗାଇବା ସଫେଇ ରଖୁଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମହାମାରୀ ମୁକାବିଲା ଏକ ମିଛ ବାହାସ୍ପୋଟ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ଗତ କେଇ ଦିନ ହେବ ଭୁବନେଶ୍ୱରରେ ସଂକ୍ରମଣ ସ୍ଥିର ରହିଛି । ଏବେ କରୋନା ସହ ଲୋକଙ୍କୁ ଡେଙ୍ଗୁ ଡର ଘାରିଛି । ଏବେ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବା ରେକର୍ହ ହେଉଥିବାବେଳେ ମୋଟ ସଂଖ୍ୟା ଏବେ ୧୭ ଶହ ମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଏବେ କଲବଲ କରୁଛି ଡେଙ୍ଗୁ ସଂକ୍ରମଣ । ନୂଆ ୬୮ ଆକ୍ରାନ୍ତଙ୍କୁ ମିଶାଇ ମୋଟ ରୋଗୀଙ୍କ ସଂଖ୍ୟା ୧୭ ଶହ ମୁହାଁ ହେବା ସହ ସଂଖ୍ୟା ୧୬୨୦କୁ ବୃଦ୍ଧିପାଇଛି । ଦୈନିକ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ପିଡ଼ୀତ ହେଉଥିବା ସାମ୍ନାକୁ ଆସୁଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ବିଏମ୍‌ସି ପ୍ରଦତ୍ତ ତଥ୍ୟ ମୂତବାକ, ମଶା ବୃଦ୍ଧିର ଆଶଙ୍କା ଥିବା ୫୫ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ସଫେଇ କରାଯାଇଛି ।

୫୯,୭୮୯ ସ୍ଥାନରୁ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ଏଥିସହ ୫୭,୯୭୪ ସ୍ଥାନରେ ଏଡ଼ିଶ୍ ମଶାର ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଛି । ସହରର ୨୨,୭୪୮ ଘରକୁ ସର୍ଭେଲାନ୍ସରେ ଆଣିଛି । ଯେଉଁଥିରେ ୯୮,୨୨୪ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି । ଧିରେ ଧିରେ ବିଏମ୍‌ସି ନିଜ ସର୍ଭେଲାନ୍ସ ବଢ଼ାଉଥିବାବେଳେ ଖୁବ୍‌ଶୀଘ୍ର ଲକ୍ଷେ ଲୋକଙ୍କ ସ୍ୱାସ୍ଥ୍ୟବାବସ୍ଥା ଯାଞ୍ଚ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି । ଏହି ମଧ୍ୟରେ ସହରରୁ ୧୧୧୩ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବିଏମ୍‌ସି ସୁଚନା ଦେଇଛି । ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking