ଭୁବନେଶ୍ୱର: ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତ ପ୍ରତିକ୍ରିୟା ରଖି କହିଛନ୍ତି, ଏରସମାର ଶିଆଳିକୁ ବିକଶିତ କରିଥିଲେ ଦାମୋଦର ରାଉତ । ସେଠିକାର ଲୋକେ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥାନ୍ତେ । ଆସନ୍ତା ୨୬ ତାରିଖରେ ଉଦଘାଟନ କରିଥାନ୍ତେ ସାଂସଦ ବିଭୂ ତରାଇ । କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଲା ବୋଲି କହିଛନ୍ତି, ସମ୍ବିତ ରାଉତରାୟ । ପ୍ରଶାସନ ଭାଙ୍ଗିବା ପରିବର୍ତ୍ତେ ସ୍ଥାନାନ୍ତରିତ କରିପାରିନଥାନ୍ତା । ପ୍ରଶାସନର ଔଦ୍ଧତ୍ୟ, ମୁଁ ଏହାକୁ ଗ୍ରହଣ କରି ପାରୁ ନାହିଁ ।










