33.1 C
Bhubaneswar
Friday, April 26, 2024
Homeଓଡିଶାଆଦିବାସୀଙ୍କ ହକ୍ ପାଇଁ ଦିଲ୍ଲୀ ଗସ୍ତ

ଆଦିବାସୀଙ୍କ ହକ୍ ପାଇଁ ଦିଲ୍ଲୀ ଗସ୍ତ

 
ଝାରସୁଗୁଡ଼ା : ଆଦିବାସୀଙ୍କୁ ସେମାନଙ୍କ ହକ ପ୍ରଦାନ, ସାମାଜିକ, ଆର୍ଥିକ, ଶିକ୍ଷାଗତ ସୁରକ୍ଷା, ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିର୍ମିରା ତଥା ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକକୁ ସିଡ୍ୟୁଲ ବ୍ଲକ ଦାବିରେ ଝାରସୁଗୁଡା ସମ୍ମିଳିତ ଆଦିବାସୀ ସମାଜ ମଙ୍ଗଳବାର ଦିଲ୍ଲୀ ଗସ୍ତ କରିଛି । ସେମାନେ କହିଛନ୍ତି ଆଦିବାସୀଙ୍କର ଜୀବନ ଜୀବିକା ଉପରେ ଥିବା ସାମ୍ବିଧାନିକ ଅଧିକାରଗୁଡିକୁ ସରକାର ଅଣଦେଖା କରୁଛନ୍ତି । ସମଗ୍ର ଦେଶରେ ଆଦିବାସୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ଏହି ସଂଖ୍ୟା କମି କମି ଯାଉଛି । ତେଣୁ ୨୦୦୪ ଓ ମସିହା ଓ ତା ପୂର୍ବରୁ ଓଡ଼ିଶାର ୧୪୭ ବିଧାନସଭା ଆସନରୁ ଆଦିବାସୀଙ୍କ ପାଇଁ ୩୪ଟି ଆସନ ଉଦ୍ଧିଷ୍ଟ ଥିଲା । କିନ୍ତୁ ୨୦୦୯ରେ କେବଳ ୩୩ଟି ଆସନ ଆଦିବାସୀଙ୍କୁ ପ୍ରଦାନ କରାଗଲା । ସେମାନେ ଆହୁରି ମଧ୍ୟ କହିଛନ୍ତି ଲଇକେରା, କିର୍ମିରା ଓ ଯୁଯୁମୁରା ବ୍ଲକରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ପରିବାର ଥିଲେ ମଧ୍ୟ ଏହାକୁ ସିଡ୍ୟୁଲ ବ୍ଲକ ଘୋଷଣା କରି ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉ ନାହିଁ । ଏହିପରି ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆଦିବାସୀମାନେ ଉପେକ୍ଷିତ ହେଉଛନ୍ତି । ତେଣୁ ରାଜ୍ୟର ଆଦିବାସୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାପାଇଁ ରାଷ୍ଟ୍ରୀୟ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ପାଇଁ ସମ୍ମିଳିତ ଆଦିବାସୀ ସମାଜର ୫୦ ଜଣ ସଦସ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି ବୋଲି ଆଦିବାସୀ ସମାଜ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking