ବିଦ୍ୟୁତ ସଂସ୍ପର୍ଶରେ ଦନ୍ତାହାତୀର ମୃତ୍ୟୁ

ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଗଙ୍ଗେଇ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳେ ଗାଁରୁ ୫ ଶହ ମିଟର ଦୂର ଯୁଗେଶ୍ୱର ଦୁଆନଙ୍କ ଧାନ କ୍ଷେତରେ ଉକ୍ତ ହାତୀଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ହାତୀଟି ଧାନ ଖାଇବାକୁ ଆସି ବାର୍ହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁ ଘଟିଛି । ବରଗଡ଼ ବନବିଭାଗ ଏବଂ ଅମ୍ବାଭୋନା ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ôଚ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଥିଲେ । ମୃତ ହାତୀଟି ୧୩ ରୁ ୧୫ ବର୍ଷର ହୋଇଥିବା ଅନୁମାନ କରାଯାଉଛି । ମୃତ ହାତୀର ଦାନ୍ତ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପରେ ତାକୁ ପୋତି ଦିଆଯାଇଥିଲା । ଘଟଣାସ୍ଥଳକୁ ବରଗଡ଼ ଡିଏଫଓ ସନ୍ଦୀପ ପ୍ରାତୀ ପହଞ୍ôଚ ଘଟଣାର ଅନୁଧ୍ୟାନ କରିଥିଲେ । ଧାନ ଅମଳ ସମୟରେ ବାରପାହାଡ଼ ଅଞ୍ଚଳରୁ ହାତୀପଲ ଗାଁ ମୁହାଁ ହୋଇ ବାର୍ହା ଫାଶରେ ପଡ଼ି ଏପରି ମୃତ୍ୟୁ ବରଣ କରୁଥିବା ଅଭଯୋଗ ହୋଇଛି ।