28.1 C
Bhubaneswar
Wednesday, April 24, 2024
Homeଓଡିଶାନବରଙ୍ଗପୁରର ଗଣପର୍ବ ମଣ୍ଡେଇର ଶୁଭାରମ୍ଭ

ନବରଙ୍ଗପୁରର ଗଣପର୍ବ ମଣ୍ଡେଇର ଶୁଭାରମ୍ଭ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ସାଂସ୍କୃତି ଗଣପର୍ବ ତଥା ଲୋକ ମହୋତ୍ସବ ମଣ୍ଡେଇ-୨୦୧୯ର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମଣ୍ଡେଇ ପୋଷ୍ଟର ଉନ୍ମୋଚିତ ହୋଇଛି । ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ଅଗ୍ନିପୁର ପଞ୍ଚାୟତର ଲଳିତାଦେଇପୁର ଶାସନ ଗ୍ରାମରେ ଥିବା ପବିତ୍ର ଶୈବପୀଠ ଲତିତେଶ୍ୱର ଶିବିମନ୍ଦିରରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ନୂତନ ମଣ୍ଡେଇ ମଞ୍ଚରେ ହୋଇଥିବା ଭୂମିପୂଜାର ପୂର୍ଣ୍ଣାହୁତି, ମଣ୍ଡେଇ ମଶାଲ ସ୍ଥାପନ, ମଣ୍ଡେଇ ଉଦ୍ଘାଟନ ଜ୍ୟୋତି ପ୍ରଜ୍ଜ୍ୱଳନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିପୁର ପଞ୍ଚାୟତ ଅଫିସରୁ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଶୈବପୀଠ ପର୍ଯ୍ୟନ୍ତ ଯାଇଥିଲା । ପରେ ସ୍ଥାନୀୟ ଲଳିତାଦେଇପୁର ଶାସନ ଉଚ୍ଚହାଇସ୍କୁଲ ପରିସରରେ ଆୟୋଜିତ ଉତ୍ସବରେ ମଣ୍ଡେଇ-୨୦୧୯ ପୋଷ୍ଟର ଉନ୍ମୋଚିତ ହୋଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆମନ୍ତ୍ରିତ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସେହିପରି ନବରଙ୍ଗପୁର ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ମଣ୍ଡଳ, ଅଧ୍ୟକ୍ଷା ହୀରାମଣୀ ପୂଜାରୀ, ଉପାଧ୍ୟକ୍ଷା ଅପରାଜିତା ମିଶ୍ର, ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା କମଳା ବିଶୋଇ, ବେଦବ୍ୟାସ ଭତରା, ସରପଞ୍ଚ ଚନ୍ଦ୍ରମା ଭତରା, ସମିତି ସଭ୍ୟ ଶୁକଦେବ ଭକ୍ତଙ୍କ ସମେତ ଲଳିତାଦେଇପୁର ଶାସନ ଗ୍ରାମବାସୀ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥିମାନେ ବିଭିନ୍ନ ଷ୍ଟଲ୍ ଉଦ୍ଘାଟନ କରିବାସହ ବୁଲି ଦେଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ଭତ୍ତା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଉପକରଣ ଓ ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ ମଞ୍ଚ ସଂଯୋଜନା କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶଥାଉକି,ଆନୁଷ୍ଠାନିକ ଭାବେ ଲୋକ ମହୋତ୍ସବ ମଣ୍ଡେଇ-୨୦୧୯ ଚଳିତ ମାସ ୧୩ତାରିଖରୁ ଏକଲବ୍ୟ ଆଦର୍ଶ ସ୍କୁଲ ପାଖ ନୂତନ ମଣ୍ଡେଇ ପଡ଼ିଆରେ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking