39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲୀର ରାମଲୀଲା ମୈଦାନରେ ଶପଥ ଗ୍ରହଣ କରିବେ କେଜ୍ରିୱାଲ

ଦିଲ୍ଲୀର ରାମଲୀଲା ମୈଦାନରେ ଶପଥ ଗ୍ରହଣ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ୧୬ରେ ସେ ଦିଲ୍ଲୀର ରାମଲୀଲା ମୈଦାନରେ ଶପଥ ଗ୍ରହଣ କରିବେ କେଜ୍ରିୱାଲ । ଆଜି କେଜ୍ରିୱାଲଙ୍କୁ ବିଧାୟକ ଦଳର ନେତା ମନୋନୀତ କରାଯିବ । ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ୬୨ଟି ଆସନ ହାସଲ କରିଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ନିର୍ବାଚନରେ ଆପ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେଜ୍ରିଓ୍ଵାଲଜୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ଆପଣଙ୍କୁ ଓ ଆପ୍‌କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଦିଲ୍ଲୀ ବାସୀଙ୍କର ସବୁ ଆଶାକୁ ପୂରଣ କରିବା ଦିଗରେ ଆପଣ ଓ ଆପଣଙ୍କ ଦଳ ଆନ୍ତରିକତାର ସହ କାର‌୍ୟ୍ୟ କରିବ ବୋଲି ଆଶା ରଖୁଛି।ଏହି ଶପଥ ଗ୍ରହଣ ସମାରୋହରେ କେଜ୍ରିଓାଲଙ୍କ ସହିତ ଅନେକ ବିଧାୟକ ମଧ୍ୟ ମନ୍ତ୍ରୀପଦର ଶପଥ ନେଇପାରନ୍ତି । ଗତ ଥର ପରି ଏଥର ମଧ୍ୟ ଖାତା ଖୋଲିପାରିନାହିଁ କଂଗ୍ରେସ । ୭୦ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟିକୁ ୬୨ଟି ମିଳିଥିବା ବେଳେ ବିଜେପିକୁ ୮ଟି ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking