28.1 C
Bhubaneswar
Thursday, May 2, 2024
Homeଅପରାଧପରିଣତ ବୟସରେ ପାରିବାରିକ କଳହ ନେଲା ଜୀବନ

ପରିଣତ ବୟସରେ ପାରିବାରିକ କଳହ ନେଲା ଜୀବନ

ରାୟଗଡ଼ା: କଥା କଥାରେ କିଏ କାହାକୁ ମାରିଲାଣି ତା କିଏ କାହାର ଶତ୍ରୁ ହେଇଗଲାଣି ଏଇଟା ଯେମିତି ନିତିଦିନିଆ ଘଟଣା ହୋଇଗଲାଣି ତେବେ ଘରୋଇ କଳହରୁ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣିଚି ସ୍ୱାମୀ ।ଏଭଳି ଘଟଣା ରାୟଗଡା ସଦର ଥାନା ଅନ୍ତର୍ଗତ କୁଟିଂଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ସତନା ଜାକକା ନାମକ ବୃଦ୍ଧ ୬୦ ବର୍ଷିୟା ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ , ଆଜି ଭୋରରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏଥିରେ ସତନା ରାଗିଯାଇ ତାଙ୍କ ସ୍ତ୍ରୀଙ୍କ ବେକ, ମୁଣ୍ଡ ଓ ହାତକୁ ଟାଙ୍ଗିଆରେ ବାରମ୍ବାର ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରା ପୁଲିସ୍ ସତନାକୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ମଧ୍ୟ ପୁଲିସ୍ ଜବତ କରିଛି ।
https://onakhabar.com/2020/02/12/nirbhaya-rape-case-7/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking