ନିଜକୁ ଜାଳିଲେ ବିଜେଡି ନେତ୍ରୀ

ବ୍ରହ୍ମପୁର: ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ବିଜେଡି ନେତ୍ରୀ । କୋଣସି କାରଣ ନେଇ ମିନାକ୍ଷୀ ଙ୍କ ପୁଅ କୁ ପୋଲିସ ଗିରଫ କରିଥିଲା। ଏସପି ଙ୍କୁ ସାକ୍ଷାତ କରିବାକୁ ଆସି ଏପରି କରିଛନ୍ତି ବିଜେଡି ନେତ୍ରୀ । ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇଛନ୍ତି । ଏବେ ତାଙ୍କୁ ଏମ.କେ.ସିଜି ମେଡିକାଲ ରେ ଭର୍ତି କରାଯାଇଛି ।ଗାଡି ପାର୍କିଙ୍ଗ କୁ ନେଇ ତାଙ୍କ ପୁଅ କୁ ଗିରଫ କରିଥିଲେ ପୋଲିସ । ଏହା ପୂର୍ବରୁ ପ୍ରେସମିଟ କରି ଚେତାବନୀ ଦେଇଥିଲେ ବୋଲି ସୂଚନା ମିଳିଥିଲା ।ବିଜେଡି ନେତ୍ରୀ ଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ କଟକ ଏସିବି କୁ ସ୍ଥାନନ୍ତର ପାଇଁ ପ୍ରସ୍ତୁତି ଚାଲିଛି ।
https://onakhabar.com/2020/02/12/delhi-election-6/