33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦିଲ୍ଲୀ କାରଖାନାରେ ଅଗ୍ନିକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା...

ଦିଲ୍ଲୀ କାରଖାନାରେ ଅଗ୍ନିକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା…

ନୂଆଦିଲ୍ଲୀ: ଆଜି ସକାଳେ ରାଜଧାନୀର ରାଣୀ ଝାନସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ତେବେ ଏହି ଦୁଃଖଦାୟକ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଥିବାର ଜଣା ପଡିଛି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି: ଏହା ଅତି ଦୁଃଖଦାୟକ ଘଟଣା । ଏହି ଘଟଣାର ମାଜିଷ୍ଟରୀୟ ତଦନ୍ତ ପାଇଁ ମୁଁ ଆଦେଶ ଦେଇଛି । ମୃତ ବ୍ୟକ୍ତି ମାନଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରିଥିବା ବେଳ ଏହା ସହ ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଥିଲେ । ସେପଟେ ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି ।
https://onakhabar.com/2019/12/08/43-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking