28.1 C
Bhubaneswar
Friday, March 29, 2024
Homeଅପରାଧବାପାକୁ ବିଭସ୍ଥ ଭାବେ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ସମୁଦ୍ରରେ ଫିଙ୍ଗିଥିଲା ଝିଅ,ପଢନ୍ତୁ...

ବାପାକୁ ବିଭସ୍ଥ ଭାବେ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ସମୁଦ୍ରରେ ଫିଙ୍ଗିଥିଲା ଝିଅ,ପଢନ୍ତୁ ପୁରା ଘଟଣା….

ମୁମ୍ବଇ : ମୁମ୍ବାଇରେ ଏକ ବିଭସ୍ଥ ହତ୍ୟାକାଣ୍ଡ ଘଟିଛି | ପ୍ୟାଣ୍ଟରୁ ଏକ ହତ୍ୟା ଘଟଣାର ଗୁମର ଖୋଲିଛି । ମୁମ୍ବାଇ ସମୁଦ୍ରକୂଳରୁ ଉଦ୍ଧାର ହୋଇଥିବା କଟା ମୃତ ଦେହର ପରିଚୟ ମିଳିବା ସହ ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିବାର ଜଣା ପଡିଛି । ମୃତ ବ୍ୟକ୍ତିଙ୍କ ନାମ ବେନେଟ୍‌ ରେବେଲିଓ ବୋଲି ଜଣା ପଡିଛି । ତାଙ୍କୁ ତାଙ୍କର ୧୯ ବର୍ଷୀୟ ଧର୍ମ ଝିଅ ହତ୍ୟା କରିଥିବା ପ୍ରମାଣ ମିଳିଛି ।
ବେନେଟ୍‌ ରେବେଲିଓଙ୍କର ଅଧା ଶରୀର ଥିବା ସୁଟକେଶ୍‌ ମୁମ୍ବଇ ସମୁଦ୍ର କୂଳରୁ ଉଦ୍ଧାର ହୋଇଥିଲା । ମୁଣ୍ଡ ବିହୀନ ଶବ ହୋଇଥିବାରୁ ପରିଚୟ ମିଳିବା ପୁଲିସ ପାଇଁ କଷ୍ଟ ହୋଇଥିଲା । ପରେ ପ୍ୟାଣ୍ଟରୁ ଏକ ସୁରାଗ ପୁଲିସକୁ ମିଳିଥିଲା । ଏଥିରେ ଲାଗିଥିବା ଟେଲରଙ୍କ ଲୋଗ ଦେଖି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପରିଚୟ ମିଳିବା ପରେ ବେନେଟ୍‌ଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲା ।
ରେବେଲିଓଙ୍କର ଧର୍ମ ଝିଅ ନିଜର ପୁରୁଷ ବନ୍ଧୁଙ୍କ ସହ ମିଶି ବାପାଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି । ରେବେଲିଓ ବାରମ୍ବାର ଯୌନ ନିର୍ଯ୍ୟାତନା ଦେବା ସହ ଶାରିରୀକ ଶୋଷଣ କରୁଥିବାରୁ ଝିଅ ଉପାୟହୀନ ହୋଇ ଏପରି କରିଥିବାର ପ୍ରକାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking