39.1 C
Bhubaneswar
Friday, April 26, 2024
Homeଅପରାଧଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା

ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା

ରାଜଗାଙ୍ଗପୁର: ପ୍ରଥମେ ପ୍ରେମ ପରେ ପ୍ରତାରଣା କରିଥିବା ନେଇ ରାଜଗାଙ୍ଗପୁର ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ବନ୍ଧା ହେଲେ ଅତିରିକ୍ତ ତହସିଲଦାର । ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ଗ୍ରାମର ରୂପକ କୁଜୁର (୩୨) ।

ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିବା ନେଇ ଶନିବାର ଜଣେ ଯୁବତୀ ରୂପକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ୨୦୦୮ରେ ସେ ଦଶମ ପଢୁଥିବା ସମୟରୁ ରୂପକ ତାଙ୍କୁ ପ୍ରେମ ନିବେଦନ କରିବା ସହ ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଦୀର୍ଘ ଦିନ ପ୍ରେମ ସମ୍ପର୍କ ରଖି ଶାରୀରିକ ସମ୍ପର୍କ ରଖିଥିଲେ । ଅନେକ ସମୟରେ ଅର୍ଥ ମଧ୍ୟ ନେଇଥିଲେ । ଚାକିରି ପାଇବା ପରେ ଧୀରେ ଧୀରେ ସେ ଯୁବତୀଙ୍କ ଠାରୁ ଦୂରେଇ ଯିବା ସହ ବିବାହ କରିବାକୁ ମନା କରିଥିଲେ । ବର୍ତ୍ତମାନ ରୂପକ ସୁବର୍ଣପୁର ଜିଲ୍ଲା ବିନିକା ତହସିଲରେ ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି । ସେ ଅନ୍ୟ ଜଣଙ୍କୁ ବିବାହ କରିଥିବା ନେଇ ମଧ୍ୟ ଯୁବତୀ ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜାଣି ଏ ସଂକ୍ରାନ୍ତରେ ରାଜଗାଙ୍ଗପୁର ଥାନା ଅଧୀନ ଲାଞ୍ଜିବେର୍ଣ୍ଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ପୋକ୍ସୋ ଆକ୍ଟ ବଳରେ ମାମଲା ରୁଜୁ କରି ରୂପକଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking