32.1 C
Bhubaneswar
Thursday, May 2, 2024
Homeଓଡିଶାଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର : ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଯୁଧିଷ୍ଠିରଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଯୁଧିଷ୍ଠିର ପୁରୀ ଜିଲ୍ଲା ପିପିଲା ବିଧାନସଭା ନିର୍ବାଚନ ମଣ୍ଡଳୀରରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଯୁଧିଷ୍ଠିରଙ୍କ ମୃତ୍ୟୁ ନେଇ ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ସୂଚନା ଦେଇଛନ୍ତି । ଯୁଧିଷ୍ଠିର ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ରହିଥିଲେ । ଗତ କିଛିଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା । ସେଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ମାତ୍ର ଶେଷକୁ ଚିକିତ୍ସାଧୀନ ଅବସ୍ଥାରେ ଯୁଧିଷ୍ଠିର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପାଖାପାଖି ୪୦ ବର୍ଷ ଧରି ଯୁଧିଷ୍ଠିର ରାଜନୀତି ସହିତ ଜଡ଼ିତ ଥିଲେ ।

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ନବୀନ ଜିନ୍ଦଲଙ୍କ ଆହ୍ବାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking