37.1 C
Bhubaneswar
Friday, May 17, 2024
Homeଓଡିଶା୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ନବୀନ ଜିନ୍ଦଲଙ୍କ ଆହ୍ବାନ

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ନବୀନ ଜିନ୍ଦଲଙ୍କ ଆହ୍ବାନ

କଟକ: ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ ଅବସରରେ ଆହ୍ବାନ ଦେଇଛନ୍ତି । ସେ କହିଥିଲେ ଯେ, “ଅଧିକାଂଶ ଦେଶରେ ଜାତୀୟ ପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକା ଦିବସ ରହିଛି । ଭାରତରେ ମଧ୍ୟ ଜାତୀୟ ପତାକା ଦିବସ ପାଳନ କରିବା ଉଚିତ ଏବଂ ୨୩ ଜାନୁଆରୀ ହେଉଛି ଏହା ପାଇଁ ଏକ ଉପଯୁକ୍ତ ଦିନ ।“

ଜାତୀୟ ପତାକାକୁ ଗର୍ବ, ସମ୍ମାନ ଏବଂ ଗୌରବର ସହିତ ଉଡ଼ାଇବା ଏବଂ ପ୍ରଦର୍ଶନ କରିବାର ଅଧିକାର ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଦାନ କରିବାକୁ ଶ୍ରୀ ଜିନ୍ଦଲ ଏକ ଦଶନ୍ଧି ଧରି ଆଇନଗତ ସଂଗ୍ରାମ କରିଥିଲେ। ୨୦୦୪ ମସିହା ଜାନୁଆରୀ ୨୩ ତାରିଖ ଦିନ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ସମସ୍ତ ଭାରତୀୟଙ୍କୁ ସମ୍ମାନ ସହିତ ମୁକ୍ତ ଭାବରେ ଭାରତୀୟ ପତାକା ପ୍ରଦର୍ଶନ କରିବାର ମୌଳିକ ଅଧିକାର ରହିଛି । କଟକ ମହାନଗର ନିଗମର ମେୟର ଶ୍ରୀ ସୁଭାଷ ସିଂ, ବିଧାୟକ (ଚୌଦ୍ବାର-କଟକ) ଶ୍ରୀ ସୋଭିକ ବିଶ୍ବାଳ, କଟକ ମହାନଗର ନିଗମର କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ (ଆଇଏସ), ରେଭେନ୍ସା ବିଶ୍ୱବିଦ୍ୟାଳୟର ଉପ କୁଳପତି ଡଃ ସଞ୍ଜୟ କୁମାର ନାୟକ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବ ଶ୍ରୀ କାହ୍ନୁ ଚରଣ ମଲିକ (ଓଏଏସ)ଙ୍କ ସହିତ ଶ୍ରୀ ଜିନ୍ଦଲ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ସ୍ଥାପିତ ଏକ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଫ୍ଲାଗପୋଲରେ ୩୬ ଫୁଟ x ୨୪ ଫୁଟ ତିରଙ୍ଗା ଉତ୍ତୋଳନ କରିଥିଲେ । ଶ୍ରୀ ଜିନ୍ଦଲ କହିଥିଲେ ଯେ, ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ପରିସରରେ ୧୦୮ ଫୁଟ ସ୍ମାରକୀ ଜାତୀୟ ପତାକା ସ୍ଥାପନ କେବଳ ଏକ ପ୍ରତୀକ ନ ହୋଇ, ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଜାତୀୟତାର ଭାବନା ସୃଷ୍ଟି କରିବାରେ ମହାନ ଭୂମିକା ଗ୍ରହଣ କରିବ । ଏହି ଅବସରରେ ଶ୍ରୀ ସୁଭାଷ ସିଂ, ଓଡ଼ିଶାରେ ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ଶ୍ରୀ ଜିନ୍ଦଲଙ୍କୁ ପାଇଁ ପ୍ରଶଂସା କରିଥିଲେ । ଭାରତରେ ସ୍ମାରକୀ ପତାକା ଲଗାଇ ଜାତୀୟତାର ଆଦର୍ଶ ପ୍ରସାର କରିବାରେ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ପାଇଁ ଶ୍ରୀ ସୋଭିକ୍ ବିଶ୍ଵାଳ ଶ୍ରୀ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ ।

ଶ୍ରୀ ଜିନ୍ଦଲ, ବିଶ୍ୱବିଦ୍ୟାଳୟ ପରିସର ପରିଦର୍ଶନ କରିବା ସହିତ ବ୍ରିଟିଶ ଅମଳର ଏହି ଐତିହାସିକ ଶିକ୍ଷା ସଂସ୍ଥାକୁ ପ୍ରଶଂସା କରିବା ସହିତ ଏହାର ସଠିକ ରକ୍ଷଣା ବେକ୍ଷଣ ପାଇଁ ଓଡ଼ିଶା ସରକାର ଏବଂ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ମଧ୍ୟ ପ୍ରଶଂସା କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି ଐତିହାସିକ ବିଶ୍ୱବିଦ୍ୟାଳୟର ଅବଦାନକୁ ମଧ୍ୟ ଶ୍ରୀ ଜିନ୍ଦଲ ମନପକାଇଥିଲେ । ଭାରତର ନଂ ୧ ବେସରକାରୀ ବିଶ୍ୱବିଦ୍ୟାଳୟ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟରେ ଉପଯୁକ୍ତ ଏକାଡେମିକ ସହଯୋଗ ପାଇଁ ମତ ପ୍ରକାଶ କରିଥିଲେ । ରାଜନୀତି ବିଜ୍ଞାନର ପ୍ରଫେସର ଡଃ ଅସୀମା ସାହୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଡକ୍ଟର ଧର୍ମବ୍ରତ ମହାପାତ୍ର, ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ମହାସଚୀବ ମେଜର ଜେନେରାଲ (ଅବସରପ୍ରାପ୍ତ) ଶ୍ରୀ ଅସୀମ କୋହଲି, ଜେଏସପିର ପ୍ରେସିଡେଣ୍ଟ ଓ ଗୃପ ହେଡ (ସିଏସଆର ଏଣ୍ଡ ଏଜୁକେଶନ) ଶ୍ରୀ ପ୍ରଶାନ୍ତ କୁମାର ହୋତା, ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking