37.1 C
Bhubaneswar
Friday, May 17, 2024
Homeଅପରାଧପରିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା,ଘର ବାରଣ୍ଡାରେ ଶୋଇଥିବାବେଳେ ହତ୍ୟା

ପରିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା,ଘର ବାରଣ୍ଡାରେ ଶୋଇଥିବାବେଳେ ହତ୍ୟା

ମୟୁରଭଞ୍ଜ : ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଡେ଼ଁଫୌଦା ଗ୍ରାମର ପରିବା ବ୍ୟବସାୟୀଙ୍କୁ ରବିବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବରେ ହତ୍ୟା କରିଛନ୍ତି l ମୃତକ ଜଣକ ହେଉଛନ୍ତି ଗ୍ରାମର ବାଇଧର ଓରଫ ବାୟା ସାସମାଲ l ବାଇଧର ରବିବାର ରାତିରେ ମାଣତ୍ରୀ ସାପ୍ତାହିକ ହାଟରୁ ପରିବା ବେପାର ସାରି ଘରକୁ ଫେରିଥିଲେ l ତେବେ ଖାଇପିଇ ସବୁଦିନ ଭଳି ରବିବାର ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ବାରମ୍ୱାର ହାଣି ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିଥିଲା l ଶରୀରରୁ ମୁଣ୍ଡ ଅଲଗା କରିବାକୁ ଚେଷ୍ଟା କରାଯାଇଥିବାର ଦେଖିବାକୁ ମିଳିଛି l ତେବେ ବିଳମ୍ବିତ ରାତିରେ ବଡପୁଅ ଦେଖି ପରିବାରଲୋକଙ୍କୁ ଉଠାଇବା ସହିତ ପାଖ ପଡୋଶୀଙ୍କୁ ଜଣାଇଥିଲା l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାକୁ ଅପେକ୍ଷା କରିଛି ପୁଲିସ l ଏଭଳି ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking