28.1 C
Bhubaneswar
Sunday, July 14, 2024
Homeଓଡିଶାମୁକୁଳା ଡ୍ରେନରେ ପଡ଼ି ନାବାଳକ ମୃତ ଘଟଣା : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମୁକୁଳା ଡ୍ରେନରେ ପଡ଼ି ନାବାଳକ ମୃତ ଘଟଣା : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଗତକାଲି ଜଣେ ନାବାଳକଙ୍କର ଅକାଳ ମୃତ୍ୟୁ ଘଟିଛି।କିପରି ଘଟିଲା ଏହି ଅଘଟଣ, ଏଥିପାଇଁ କିଏ ଦାୟୀ ? ସନ୍ଧ୍ୟା ସୁଦ୍ଧା ଏହାର ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତକାଲି ଭୁବନେଶ୍ୱର ସ୍ଥିତ ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ ପଡ଼ି ନାବାଳକ ଆବୁ ବକର ସାହଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାଉଣ୍ଡ ସ୍ଥରରେ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ କାହିଁକି ବ୍ୟାରିକେଡ ହୋଇ ନାହିଁ? ଏହାର ଦାୟିତ୍ୱରେ କିଏ ଥିଲେ? ଘଟଣା ତଦନ୍ତ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking