33.1 C
Bhubaneswar
Sunday, April 28, 2024
Homeଓଡିଶାବିଲ ମଝିରୁ ଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର 

ବିଲ ମଝିରୁ ଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର 

ସୋର :  ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମାଣତ୍ରୀ ପଞ୍ଚାୟତ ଦହିପୁର ମୈାଜା ନିକଟସ୍ଥ ଏକ ବିଲ ମଝିରେ ଥିବା କୁଟାଗଦା ତଳେ ଗୋଡ଼ ବନ୍ଧା ଅବସ୍ଥାରେ ଜନୈକା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ନିକଟରେ ବିକ୍ଷୀପ୍ତ ଅବସ୍ଥାରେ ଭଙ୍ଗା ମଦ ବୋତଲ, ସିନ୍ଦୂର, ବ୍ଲାଉଜ୍‌, ସାୟା, ଗାମୁଛା, ଭଙ୍ଗା ଆଇନା ଦେଖିବାକୁ ମିଳିଛି । ପାରିପାଶ୍ୱିର୍କ ଅବସ୍ଥାରୁ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରି ସୋର ପୁଲିସ ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହି ମୃତଦେହ ନିକଟସ୍ଥ ଆମ୍ବଗଡ଼ିଆ ଗ୍ରାମର ମଧୁ ସିଂଙ୍କ ସ୍ତ୍ରୀ ସବିତା ବୋଲି ଜଣାପଡ଼ିଛି ।

ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହା ଦୁଇ ଦିନ ତଳର ବୋଲି ଅନୁମାନ କରାଯାଉଛି ଏବଂ ଏହାକୁ ଦୃଷ୍ଟି ଆଢ଼ୁଆରେ ରଖାଯିବା ପାଇଁ କୁଟା ଢାଙ୍କୁଡ଼ି ଦିଆଯାଇଥିବା ଦେଖାଯାଇଛି । ସୋର ବ୍ଲକ୍ ମାଣିତ୍ରୀ ପଞ୍ଚାୟତ ଦହିପୁର ବେତଗଡ଼ିଆ ଗ୍ରାମ ନିକଟସ୍ଥ ନିଛାଟିଆ ବିଲ ମଝିରେ କୁଟାଗଦା ଭିତରେ ଏହି ମୃତଦେହକୁ ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ସୋର ଥାନା ଆଇଆଇସି ମଧୁମିତା ମହାନ୍ତିଙ୍କ ନେତୃତ୍ୱରେ ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି, ଚିନୁଲତା ଦାସ, ଏଏସ୍‌ଆଇ ରାଧାଗୋବିନ୍ଦ ମଢ଼ୁଆଳଙ୍କ ସହିତ ପୁଲିସ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ମୃତଦେହଠାରୁ କିଛି ଦୂରରେ ବିଭିନ୍ନ ସାମଗ୍ରୀ ପଡ଼ିଥିବା କାରଣରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking