32.1 C
Bhubaneswar
Saturday, May 11, 2024
Homeଓଡିଶାମୃତ୍ୟୁ ଏମିତି ବି ଆସେ, ନିଜ ଟାଙ୍ଗିଆରେ ନିଜର ମୃତ୍ୟୁ 

ମୃତ୍ୟୁ ଏମିତି ବି ଆସେ, ନିଜ ଟାଙ୍ଗିଆରେ ନିଜର ମୃତ୍ୟୁ 

ଫୁଲବାଣୀ : ମୃତ୍ୟୁ କାହାକୁ କେମିତି ଆସେ ତାହା ବିଧିର ବିଧାନ । ଜଳକାଠ ଆଣୁଥିବାବେଳେ ଝୁଣ୍ଟିପଡିଲେ, ମୁଣ୍ଡରେ ଧରିଥିବା କାଠ ଓ ଟାଙ୍ଗିଆ ତଳେ ପଡିଯିବା ପରେ ସେ ବି ପଡିଗଲେ । ଟାଙ୍ଗିଆ ଧାରରେ ବେକ ରହିଯାଇଥିଲା । ବାସ! ତା’ପରେ ସବୁ ଶେଷ । କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଗୁଦାରୀ ପଂଚାୟତ ମଲ୍ଲିକ ସାହିରେ ଏଭଳି ଘଟଣା ଘଟିଛି । ଏହି ଘଟଣା ଓ ଦୃଶ୍ୟ ଗାଁ ଲୋକଙ୍କୁ ସ୍ତବ୍ଧ କରିଛି । ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ମଙ୍ଗଳବାର ସକାଳେ କାଠ ସଂଗ୍ରହ ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । କାଠକୁ ମୁଣ୍ଡରେ ମୁଣ୍ଡାଇଥିଲେ। ଧରିଥିବା ଟାଙ୍ଗିଆକୁ ବି ବୋଝରେ ଖୋସିଥିଲେ ।

ହେଲେ ଅସାବଧାନତା ବଶତଃ ବାଟରେ ଝୁଣ୍ଟି ପଡିଥିଲେ । କାଠବୋଝ ସହ ସେ ନିଜେ ତଳେ ପଡିଗଲେ । ତାଙ୍କ ବେକ ଠିକ ଟାଙ୍ଗିଆ ଧାରରେ ପଡିଥିଲା । ତତ୍‌କ୍ଷଣାତ ବେକ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ନିଜେ ପିନ୍ଧିଥିବା ଗାମୁଛାରେ ବେକକୁ ବାନ୍ଧି ସାହସର ସହିତ ଘରକୁ ଫେରିଥିଲେ । ଏହା ଦେଖି ତାଙ୍କ ପୁତୁରାମାନେ ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କର ଜୀବନ ଚାଲିଯାଇଥିଲା । ଏନେଇ ଖଜୁରିପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବିକ୍ରମ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking