28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗହତ୍ୟାକାଣ୍ଡର ୪୮ଦିନ ପରେ ଶବ ଉଦ୍ଧାର, ଅଭିଯୁକ୍ତ ଗିରଫ

ହତ୍ୟାକାଣ୍ଡର ୪୮ଦିନ ପରେ ଶବ ଉଦ୍ଧାର, ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍‌.ଉଦୟଗରି ଥାନାଞ୍ଚଳରେ ୪୮ ଦିନ ପୂର୍ବେ ହୋଇଥିବା ଏକ ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ କୁଣ୍ଡୁଲୁ ଗାଁ’ର ଡାଳିମ୍ବ ଗମାଙ୍ଗ (୭୦)ଙ୍କୁ ଗୁଣି ସନ୍ଦେହରେ ଶିକାର କରିବା ବାହାନାରେ ଘରୁ ଡାକି ନେଇ ଯୋଜନା ବଦ୍ଧ ଭାବେ ଗୁଳି କରି ମାରିଦିଆଯାଇ ପୋତି ଦିଆଯାଇଥିଲା । ହତ୍ୟାକାଣ୍ଡରେ ୭ ଜଣ ସମ୍ପୃକ୍ତି ରହିଥିବାବେଳେ ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର ରଇତକୁ ଗିରଫ କରି ପୁଲିସ ଘଟଣା ସ୍ଥଳକୁ ଆଣି ଚିହ୍ନଟ କରିଥିଲା । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଏକ ଲୁଙ୍ଗି, କାଠ ଫାଳିଆ ଓ ଦେଶୀ ବନ୍ଧୁକ ଜବତ କରିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ୬ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୁଲିସ ଟିମ୍ । ମୃତ ଡାଳିମ୍ବ ଗମାଙ୍ଗ ପୂର୍ବରୁ ଗାଁ’ରେ ଝାଡଫୁଙ୍କ, ଚେରମୂଳ ଦେବା କାମ କରିଆସୁଥିଲେ । ଗତ ଅଗଷ୍ଟ ମାସ ୯ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା । ମୃତକଙ୍କ ପୁତୁରା ବୁଡୁ ଗମାଙ୍ଗ ଏନେଇ ଆର୍‌.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଁ’ଠାରୁ ଏକ କିଲୋମିଟର ଦୂରରେ ଥିବା ଜଙ୍ଗଲ ନିକଟସ୍ଥ ଆଶାଢଆମ୍ବ ନାଳ ନିକଟରେ ମାଟି ଖୋଳି ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା । ଏନେଇ ଆର୍‌.ଉଦୟଗିରି ଥାନାରେ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି । ଏହି ମାମଲାର ତଦନ୍ତ ଆର୍‌.ଉଦୟଗିରି ଥାନା ଅଧିକାରୀ ମମତା ନାୟକ କହୁଛନ୍ତି ବୋଲି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking