ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ଶାଶୂ-ଶ୍ୱଶୁର ଅଟକ

ରାଜସୁନାଖଳା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୋଟ ଗାଁରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ଦଳେଇସାହି ମାଣିକାଗୋଡ଼ା ଗ୍ରାମର ମମତା ରଣସିଂହ ବୋଲି ଜଣାପଡ଼ିଛି । ବାହାଘରକୁ ଏକ ବର୍ଷ ନପୁରୁଣୁ ଆଜି ଶ୍ୱଶୁର ଘରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସରେ ଦଳେଇସାହି ମାଣିକାଗୋଡ଼ା ଗ୍ରାମର ସର୍ବେଶ୍ୱର ରଣସିଂହଙ୍କ ଝିଅ ମମତା ରଣସିଂହ (୧୯)ଙ୍କର ପଞ୍ଚୁକୋଟ ଗ୍ରାମର ନୀଳାମ୍ବର ରାଉତରାୟଙ୍କ ପୁଅ ବିକାଶ ରାଉତରାୟ (୨୫)ଙ୍କ ସହ ବିବାହ ହୋଇଥିଲା ।

ବିକାଶ ଭୁବନେଶ୍ୱରରେ ରହି ଡ୍ରାଇଭରଭାବେ କାର୍ଯ୍ୟ କରନ୍ତି । ଘରେ ବାପା-ମା, ପତ୍ନୀ ରୁହନ୍ତି । କିଛି ଦିନ ହେବ ଶାଶୂ, ଶ୍ୱଶୁର ଓ ବୋହୂଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ଗତକାଲି ମମତା ବେକରେ ନିଜ ଲୁଗା ଗୁଡ଼ାଇ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକ କହୁଛନ୍ତି । ଘଟଣାରେ ମମତାଙ୍କ ପରିବାର ଲୋକ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି । ବୋଲଗଡ଼ ପୁଲିସ ପହଞ୍ôଚ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ଶବକୁ ବ୍ୟବଚ୍ଛଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ବିକାଶ ବାହାରେ ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଫେରାର ହୋଇଯାଇଥିଲେ ।

ଅଭିଯୋଗ ପାଇ ବୋଲଗଡ ଥାନା ଆଇ ଆଇ ସି ବିଦିତା ନାୟକ, ଏସ ଆଇ ମନୋଜ ଦାସ, ଏସ ଆଇ ସୁଜାତା ପଲେଇ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ପରେ ଏକ ସାଇନଟିଫିକ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ଘଟଣାକୁ ନେଇ ବୋଲଗଡ ଥାନା ପୁଲିସ ପକ୍ଷରୁ ୮୪/୨୧, ଦଫା ୪୯୮ ଏ, ୩୦୪ ବି, ୩୦୨, ୩୪ ଆଇ ପି ସି /୪ରେ ମାମଲା ରୁଜୁ କରିଛି । ଖବର ଲେଖାଯିବା ବେଳକୁ ଶ୍ୱଶୁର ନୀଳାମ୍ବର ଓ ଶାଶୂ ସଞ୍ଜୁଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here